ତିହିଡି- ମାନସିକ ବିକାରଗ୍ରସ୍ତ ନାବାଳକକୁ ନିସ୍ତୁକ ମାଡ଼ ! ଏଭଳି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୌସୁଧା ପଞ୍ଚାୟତ ବଂlଶଡ଼ା ଥାନା ଅଧିନ ହରିପୁର ଗ୍ରାମରୁ l ଚୋର ବା ବାଂଲାଦେଶୀ ସନ୍ଦେହରେ ଚାନ୍ଦବାଲି ଥାନା ଅନ୍ତର୍ଗତ ଭୂଇଁବୃତ୍ତି ଅଞ୍ଚଳ ଅମୂଲ୍ୟ ସେଠୀଙ୍କ ଷୋହଳ ବର୍ଷୀୟ ମାନସିକ ବିକାରଗ୍ରସ୍ତ ପୁଅ ସାର୍ଥକ ସେଠୀଙ୍କୁ ନିସ୍ତୁକ ମାଡ଼ ମାରି ଖୁଣ୍ଟରେ ବାନ୍ଧି ଦେଇଥିଲେ ।

ବଂlଶଡ଼ା ପୋଲିସ୍ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା l ମାତ୍ର ଦୁଃଖର ବିଷୟ ପୋଲିସ୍ ଗୁରୁତର ପିଲାଟିକୁ ଉଦ୍ଧାର କରି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ବା ମେଡ଼ିକାଲ୍ ଟ୍ରିଟମେଣ୍ଟ ନକରି ଅଧାବାଟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ବା ପରଦିନ ଆଞ୍ଚଳିକ ଚାପରେ ପୋଲିସ୍ ପିଲାଟିକୁ ପୁଣିଥରେ ତିହିଡ଼ି ଅଞ୍ଚକ ପିରହାଟ ନିକଟରୁ ଉଦ୍ଧାର କରି ପ୍ରଥମେ ଚାନ୍ଦବାଲି ମେଡ଼ିକାଲ୍ ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି। ତେବେ ଏପରି ଘଟଣାରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସନ୍ଦେହ ସୃଷ୍ଟି କରୁଛି l ଚାନ୍ଦବାଲି ଏସଡିପିଓ ପ୍ରଭାସ ସାହୁଙ୍କ ହସ୍ତକ୍ଷେପ ପରେ ପୋଲିସ୍ ଏକ କେଶ୍ ରୁଜୁ କରିଥିବାର ସୂଚନା ରହିଛି I ମାତ୍ର ଘଟଣାକୁ ୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ କଣ ରହିଛି ତାହା ସ୍ପଟ ହୋଇନାହିଁ I ଯାହାକୁ ନେଇ ଭୂଇଁବୃତ୍ତି ଗ୍ରାମର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି I ତେବେ କଣ ରହୁଛି ପୋଲିସର ଭୂମିକା ତାହା ଦେଖିବାକୁ ବାକି ରହିଲା I
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

