ଗରିବ, ମହିଳା, ଯୁବ, ଅନ୍ନଦାତା ଏବଂ ମଧ୍ୟବିତ୍ତ ବର୍ଗଙ୍କ ପ୍ରାଥମିକତା ଭିତ୍ତିରେ ପ୍ରସ୍ତୁତ ବଜେଟ ୨୦୨୬ ନୂଆ ଭାରତର ସମୃଦ୍ଧିର ସଂକଳ୍ପ ଅଟେ । ଏହି ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବ ।
ଚଳିତ ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ନିଯୁକ୍ତି ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦିଆଯାଇଛି । ଦେଶର ମଧ୍ୟବିତ୍ତ ଏବଂ ନିମ୍ନ ଆୟ ବର୍ଗଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବା ନିମନ୍ତେ ବଜେଟରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଏଥର ବଜେଟରେ ଓଡ଼ିଶାକୁ ବିଶେଷ ଖଣିଜ କରିଡର, ଜାତୀୟ ଜଳମାର୍ଗ ୫ ରେ ଅନେକ ପ୍ରାନ୍ତକୁ ଅନ୍ତର୍ଭୁକ୍ତ କରି ବ୍ୟବସାୟକୁ ସହଜ କରିବା, ଫାର୍ମା ଓ ସେମି କଣ୍ଡକ୍ଟର ହବରେ ଓଡ଼ିଶାକୁ ସ୍ଥାନ, ଆକ୍ଵାକଲଚର କ୍ଷେତ୍ରରେ ଓଡ଼ିଶାର ତଟୀୟ କ୍ଷେତ୍ରକୁ ପ୍ରାଧାନ୍ୟ ତଥା ପର୍ଯ୍ୟଟନ ସମେତ ବିଭନ୍ନ ଦିଗରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦିଆଯାଇଛି l
ସାମ୍ପ୍ରତିକ ପରିସ୍ଥିତିରେ ଏହି ବଜେଟ ସବୁ ବର୍ଗର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ । ସର୍ବସମାବେଶୀ, ଦୂରଦୃଷ୍ଟି ଓ ଲୋକ କଲ୍ୟାଣକାରୀ ବଜେଟ ପାଇଁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।
ମାନସ କୁମାର ଦତ୍ତ,
ବିଧାୟକ, ବାଲେଶ୍ୱର

