ଭୁବନେଶ୍ୱର : ରାଜଧାନୀରେ ଥମୁନି ଥାର ଆତଙ୍କ । ୨୪ ଘଣ୍ଟାରେ ଦୁଇ ଦୁଇଟି ଦୁର୍ଘଟଣା । ପୁଣି ଥରେ ଥାର -କାର୍ ମୁହାଁମୁହିଁ । ଚନ୍ଦକା ଥାନା ଅଞ୍ଚଳରେ ଦୁଇ ଗାଡି ଧକ୍କା । ମୁହାଁମୁହିଁ ଧକ୍କାରେ ଜଣେ ଆହତ ହୋଇଥିବା ସୂଚନା । ଉଭୟ ଥର୍ ଓ କାର୍ କୁ ଜବତ କଲା ପୋଲିସ ।
ସୂଚନା ଅନୁଯାୟୀ ଆଜି ସକାଳେ କ୍ୟାପିଟାଲ ହସପିଟାଲ ଛକରେ ଜଣେ ବାଇକ ଚାଳକକଙ୍କୁ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା ଥର୍। ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏଜି ଛକରୁ ଏୟାରପୋର୍ଟ ଆଡ଼କୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା । ଏକ ବୁଲେଟରେ ତିନି ଜଣ ଯାଉଥିବା ଯୁବକଙ୍କୁ ଧକ୍କା ଦେବାରୁ ଡିଭାଇଡର ପିଟିହୋଇ ଜଣଙ୍କ ଜୀବନ ଯାଇଛି । ମୃତ ଯୁବକ ଓଲଡ ଟାଉନ ଅଞ୍ଚଳର। ଆଉ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଥର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

