ଚୌଦ୍ଵାର: ବଢୁଛି ଚୌଦ୍ବାର ଜେଲ କଳି । ଚୌଦ୍ଵାର ମଣ୍ଡଳ କାରାଗାରରୁ କଏଦୀ ଫେରାର ଘଟଣାକୁ ନେଇ ଥାନାରେ ଦୁଇ ଅଧିକାରୀଙ୍କ ଏତଲା ବିବାଦ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ନିଲମ୍ବିତ ଚିଫ ୱାର୍ଡେନ୍ ଓ ୱାର୍ଡରଙ୍କୁ ପଚରାଉଚରା କରାଯାଉଛି । ତତ୍କାଳୀନ ଚୌଦ୍ବାର ଜେଲର ସନ୍ତୋଷିନୀ ଦାସଙ୍କ ବୟାନ ରେକର୍ଡ କରିଛି କମିଶନରେଟ ପୋଲିସ । ବିବାଦୀୟ ଦସ୍ତଖତକୁ ପରୀକ୍ଷା ପାଇଁ ପଠାଯାଇଛି ।
ଜେଲ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ତତ୍କାଳୀନ ଚୌଦ୍ବାର ଜେଲର ସନ୍ତୋଷିନୀ ଦାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି କୈଫିୟତ ମାଗିଛି ଜେଲ ବିଭାଗ । ଉପରିସ୍ଥ ଅଧିକାରୀଙ୍କୁ ଅବଗତ ନ କରି, ଥାନାକୁ କାହିଁକି ଗଲେ ବୋଲି ପ୍ରଶ୍ନ କଲା ଜେଲ ବିଭାଗ । ତିନି ଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ – ଗତ ଅକ୍ଟୋବର ମାସ ୧,୨ ଏବଂ ୩ ତାରିଖର ସି ସି ଟିଭି ଫୁଟେଜ ସଂଗ୍ରହ କରିଛି ପୋଲିସ ।

