ମୁମ୍ବାଇ: ମହାରାଷ୍ଟ୍ର ପୌର ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏହା ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ହୋଇନଥିଲେ ମଧ୍ୟ ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟରେ କେଉଁ ଦଳର ଅଧିକ ପ୍ରଭାବ ରହିଛି ତାହା ଏହି ନିର୍ବାଚନରୁ ଜଣାପଡ଼ିଯିବ। ମହାରାଷ୍ଟ୍ରରେ ମୁମ୍ବାଇ ସମେତ ୨୯ଟି ମହାନଗର ନିଗମର ୨୮୬୯ ଆସନରେ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।

