ବ୍ରହ୍ମପୁର: ଗଞ୍ଜାମରେ ପଞ୍ଝା ମେଲାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦୦ ଜଣିଆ ଟିମ୍ର ଏକକାଳୀନ ଚଢ଼ଉ। ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ। ବାଲି, ମଦ ବ୍ୟବସାୟୀଙ୍କ ଘରେ ଛାପା ମାରିଲା ଇଡି। ଆଜି ସକାଳୁ ସକାଳୁ ପୂରା ଜିଲ୍ଲାକୁ ଇଡି ଟିମ୍ ଖେଦି ଯାଇଛନ୍ତି। ସମୟ ଯେତିକି ବଢ଼ିଲା, ଗୋଟିଏ ପରେ ଗୋଟିଏ ଟିମ୍ ଚଢ଼ଉ କରୁଥିବାର ଖବର ଆସିଲା।
ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ ହୋଇଛି। ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁର, ଲାଞ୍ଜିପଲ୍ଲୀ ସହ ସହର ଉପକଣ୍ଠ କନିଷିରେ ଚଢ଼ଉ କରିଛି ଇଡି। ବାଲି, ମଦ ବ୍ୟବସାୟୀଙ୍କ ସହ ବିଜେଡି ପୃଷ୍ଠପୋଷକ ସାଜିଥିବା ଠିକାଦାରଙ୍କ ଘରେ ଘନ ଘନ ଚଢ଼ଉ ହୋଇଛି। ସେହିପରି ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ବି ଚଢ଼ଉ ହୋଇଛି।

