ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି୨୦ ବିଶ୍ବକପକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି । ଏହାପରେ ବାଂଲାଦେଶ ଆଇସିସିକୁ ଦୁଇଟି ଚିଠି ଲେଖିଥିଲେ, ଯେଉଁଥିରେ ଟି୨୦ ବିଶ୍ବକପ ୨୦୨୬ର ମ୍ୟାଚ ଭାରତ ବାହାରେ କରିବାକୁ ଅନୁରୋଧ କରିଥିଲା । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଖୁବ୍ ବୟାନବାଜି ଦେଖିବାକୁ ମିଳିଥିଲା । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ନଜମୁଲ ହସନ ବିବାଦୀୟ ବୟାନ ଦେଇଥିଲେ । ଯେଉଁଥିରେ ସେ ତମିମ ଇକବାଲକୁ ଭାରତୀୟ ଏଜେଣ୍ଟ ବୋଲି କହିଥିଲେ । ହେଲେ ଏବେ ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଜମୁଲ ହସନକୁ ଫାଇନାନ୍ସ କମିଟି ମୁଖ୍ୟ ପଦରୁ ହଟାଇଦେଇଛି ।
ନଜମୁଲ ହସନ ନିଜ ବୟାନରେ କହିଥିଲେ, ଯଦି ବାଂଲାଦେଶ ଟି୨୦ରୁ ପଛଘୁଞ୍ଚା ଦିଏ, ତେବେ ବାଂଲାଦେଶ କ୍ରିକେଟ ବୋର୍ଡକୁ କୌଣସି ଆର୍ଥିକ କ୍ଷତି ହେବ ନାହିଁ, ବରଂ କ୍ଷତି ଖେଳାଳିଙ୍କୁ ସହିବାକୁ ପଡିବ । ବାଂଲାଦେଶ ଟି୨୦ ବିଶ୍ବକପ ନ ଖେଳିଲେ, ଖେଳାଳିଙ୍କୁ କୌଣସି ମ୍ୟାଚ୍ ଫି ମିଳିବ ନାହିଁ । ଏହାପରେ ତମମି ଇକବାଲଙ୍କୁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ।
ଯାହାପରେ ବାଂଲାଦେଶୀ ଖେଳାଳି କ୍ରିକେଟ ମ୍ୟାଚ୍ ବହିଷ୍କାର କରିବାକୁ ଘୋଷଣା କରିଥିଲେ । ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡର ଅଧିକାରୀ, କ୍ରିକେଟର ୱେଲଫେୟାର ଆସୋସିଏସନ ଅଫ ବାଂଲାଦେଶର ଅଧ୍ୟକ୍ଷ ମହମ୍ମଦ ମିଥୁନଙ୍କୁ ସାକ୍ଷାତ କରି ନଜମୁଲ ହସନ କୁ ପଦରୁ ହଟାଇବାକୁ ଦାବି କରିଥିଲେ ।
ବିସିବି ପ୍ରେସ ରିଲିଜରେ କହିଛି କି, ବୋର୍ଡ ଘଟଣାକୁ ରିଭ୍ୟୁ କରିବା ପରେ ସଂଗଠନ ହିତରେ ନଜମୁଲ ହସନ କୁ ଫାଇନାନ୍ସ କମିଟିର ଚେୟାରମ୍ୟାନ ଦାୟିତ୍ବରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଆଗାମୀ ନିର୍ଦ୍ଦେଶ ଯାଏଁ ବିସିସିବର ଅଧ୍ୟକ୍ଷ ଫାଇନାନ୍ସ କମିଟିର କାର୍ଯ୍ୟବାହକ ଚେୟାରମ୍ୟାନ ପଦ ସମ୍ଭାଳିବେ । ଏହାସହିତ ଖେଳାଳିଙ୍କ ହିତ ତାଙ୍କ ବୋର୍ଡର ସର୍ବୋର୍ଚ୍ଚ ପ୍ରାଥମିକତା ।

