ରାଜ୍ୟ

ତ୍ରିରଙ୍ଗା ପଦ ଯାତ୍ରା

Spread the love

ବୁଧବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀର ମନ୍ଦିର ଛକ ନିକଟରେ ୭୯ ତମ ସ୍ବାଧିନତା ଦିବସ ଅବସରରେ ଏକ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ପଦ ଯାତ୍ରା କାର୍ଯ୍ୟକ୍ରମରେ ରେମୁଣା ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ମହେଶ୍ୱର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, CDPO ସ୍ମିତା ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ବରିଷ୍ଠ ବ୍ୟକ୍ତି ପର୍ଶ୍ୟୁରାମ ପରିଡ଼ା, କାହ୍ନୁ ଚରଣ ବେହେରା, ଯୁବ ନେତା ନାରାୟଣ ମହନ୍ତ, ରେମୁଣା ବିଜ୍ଞାପିତ ଅଞ୍ଚଳ କାଉନସିଲର ହେମବତି ବେହେରା, ମିନାକ୍ଷୀ ବେହେରା, ଶିବ ଶଙ୍କର ରାୟ ନାରୀ ନେତ୍ରୀ ମିନାକ୍ଷୀ ମହାପାତ୍ର, ହେମଲତା ସେଠୀ, ଚନ୍ଦ୍ରକାନ୍ତି ପ୍ରଧାନ, ରାବିତା ଦାସ, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ମାନସ ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ ଙ୍କ ସହ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦ ଯାତ୍ରା ରେମୁଣା ମନ୍ଦିର ଛକ ନିକଟରୁ ବାହାରି ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ଯାଇଥିଲା। ପ୍ରାୟ ୧୦୦୦ ଲୋକେ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *