ରାଜ୍ୟ

ବାଲେଶ୍ୱରରେ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ୬୮ତମ ଜୟନ୍ତୀ ପାଳିତ, ମଙ୍ଗୁଭାଇ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତଃ ଦତ୍ତଙ୍କ ପ୍ରତିମୂର୍ତ୍ତରେ ହେଲା ସାମୁହିକ ମାଲ୍ୟାର୍ପଣ;

Spread the love

ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ତଥା ସଦର ନିର୍ବାଚନମଣ୍ଡଳୀର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ୬୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମଙ୍ଗୁଭାଇ ସ୍ମୃତି କମିଟି ପକ୍ଷରୁ ବାଲେଶ୍ଵର ସହରର ଓ ଟି ରୋଡ଼ର ଶୋଭାରାମପୁର ଛକରେ ସ୍ଥାପିତ ସ୍ୱର୍ଗତଃ ଦତ୍ତଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ସଦର ବିଧାୟକ ତଥା ସ୍ୱର୍ଗତଃ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତ ପିତାଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତଃ ଦତ୍ତଙ୍କ ଭଳି ଜଣେ ଅଦ୍ୱିତୀୟ ନେତା ଜନସେବା ପାଇଁ ଯେଉଁ ପ୍ରକାର ମାର୍ଗ ଦର୍ଶନ କରିଯାଇଛନ୍ତି ତାହା ସମସ୍ତଙ୍କ ପାଇଁ ସଦା ସର୍ବଦା ପ୍ରେରଣାଦାୟୀ ହୋଇ ରହିଛି । ସମାଜପ୍ରତି ତାଙ୍କର ବଳିଷ୍ଠ ଅବଦାନକୁ ଚିରକାଳ ଅମର ରଖିବା ପାଇଁ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ସର୍ବଦା ସେବା ଓ ସମର୍ପଣ କାର୍ଯ୍ୟକ୍ରମ ଜାରି ରଖିବାକୁ ବିଧାୟକ ମାନସ ଦତ୍ତ ଆହ୍ବାନ ଦେଇଥିଲେ । ବିଜେପି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାନ୍ତି, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲକ୍ଷ୍ମୀ ଘୋଷ, ଚନ୍ଦ୍ର ମୋହନ ଦାସ, ସୀତାକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, ଲୋକନାଥ ଭୂୟାଁ, ସୁଷମା ବିଶ୍ୱାଳ, ଉପେନ୍ଦ୍ର ଶତପଥି, ଅନନ୍ତ ନାୟକ, ସତ୍ୟ ଶିବ ସୁନ୍ଦର ଦାଶ, ନିତ୍ୟ ଗୋପାଳ ସିଂ, ସସ୍ମିତା ନାଥ, ନିରୂପମା ଦାଶ, ବୈଲୋଚନ ଦାଶ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ମଙ୍ଗୁଭାଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜଣେ ରାଷ୍ଟ୍ରହିତୈଷୀ, କର୍ମଠ, ଓ ଦରଦୀ ମଣିଷ ଭାବେ ପରିଚିତ ସ୍ୱର୍ଗତ ମଙ୍ଗୁଭାଇ ଜୀବନ ତମାମ ବିପଦରେ ପଡିଥିବା ଗରିବଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ତୃଣମୂଳସ୍ତରରେ ଥିବା ଗରିବଙ୍କ ସେବାରେ ନିୟୋଜିତ ହେବାକୁ ସେମାନେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧୀରଜ ମହାନ୍ତି, ବିକାଶ ପାଢ଼ୀ, ସୁଧାଂଶୁ ପଣ୍ଡା, ମନ୍ମୟ ଦାସ, ପବନ କମିଳା, ମନୋହର ପେରିୱାଲ, ଯୋଗେନ ରଣା, ଉମେଶ ବେହେରା, ଜିତୁ ପରମାଣିକ, ମନୋରଞ୍ଜନ ନନ୍ଦି, ବିଜୟ ପୃଷ୍ଟି, ଜୀବନ ପାତ୍ର, ପର୍ଶୁ ମହାନ୍ତି, ଶ୍ରୀହରି ଶୁକ୍ଳା, କାର୍ତ୍ତୀକ ରାଉତ, ପିଣ୍ଟୁ ପାଣିଗ୍ରାହୀ, ମନୋଜ ଧଳ, ସସ୍ମିତା ଦାଶ, ସୁକାନ୍ତି ଦେବ ଗୋସ୍ୱାମୀ, ଶ୍ରୀୟା ଦାସ, ବିଳାସିନୀ ଦାସ, ସସ୍ମିତା ପଣ୍ଡା, ଆଶାଲତା ବାଡ଼ି, ପ୍ରିୟଙ୍କା ପ୍ରଧାନ, ଅନୁପମା ଦାସ ପ୍ରମୁଖ ଉପସ୍ଥିତ ରହି ମଙ୍ଗୁଭାଇ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!