ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତର ଶିକାର ନହୋଇ ଏøକ୍ୟବଦ୍ଧ ହେବାକୁ ଆହ୍ୱାନ
ତିହିଡି,୦୯.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତ ବିଜେପି ପକ୍ଷରୁ ପୀରହାଟ ବାସନ୍ତୀ ପଡିଆ ଠାରେ ବିକାଶ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଯୁବନେତା ଆନନ୍ଦ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତର ଶିକାର ନହୋଇ ଏøକ୍ୟବଦ୍ଧ ଭାବେ ପଞ୍ଚାୟତର ବିକାଶଧାରାକୁ ଆଗେଇ ନେବାକୁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବଜାରରେ ଚାଲିଥିବା ଚୋରା ମଦ କାରବାର ଯୁବଗୋଷ୍ଠୀଙ୍କୁ ବିପଥଗାମୀ କରୁଥିବାରୁ ଏହାକୁ ବିରୋଧ କରିବା ସହିତ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାମକୁ ଆଗେଇ ନେବା ଲାଗି ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ବରିଷ୍ଠ ନେତା ମଙ୍ଗରାଜ ନାୟକ, ପଞ୍ଚାୟତ ସଭାପତି ପରିକ୍ଷିତ ମହାନ୍ତି, କମଳାକାନ୍ତ ନାୟକ, ମୋହିନୀ ମୋହନ ବେହେରା, ସୁଧାରଞ୍ଜନ ମହାନ୍ତି, ବାସନ୍ତୀଲତା ବଳ, ସୁବାସ ଚନ୍ଦ୍ର ସେଠୀ, ଜୟବାଙ୍ଗଲା ବେହେରା, ସୁବାଶ ମୁଦୁଲି, ସଦାଶିବ ମିଶ୍ର, ଧନେଶ୍ୱର ଗାହାଣ, ବିଭୂତି ଭୂଷଣ ନାୟକ, ସସ୍ମିତା ମୁଦୁଲି ଓ ଗୀତାରାଣୀ ବେହେରା ପ୍ରମୁଖ ଯୋଗଦେଇ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ନୂତନ ନିର୍ମାଣ କାର୍ଯ୍ୟ ଲାଗି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ମୋହନ ସରକାରଙ୍କ ନେତୃତ୍ୱରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇ ନେବାକୁ କର୍ମୀମାନେ ନିଷ୍ଠାପର ଭାବେ ପ୍ରୟାସ ଜାରି ରଖିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ରବିନ୍ଦ୍ର ବାରିକ ଧନ୍ୟବାଦ ଦେଇଥିଲେ । ମୃତ୍ୟୁଞ୍ଜୟ ବଳ, ମଣ୍ଟୁ ପାଢୀ, ଜୟରାମ ମୁଦୁଲି, ସନାତନ ବେହେରା, ବିଜୟ ବାରିକ ଓ ବସନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

