ଜଳେଶ୍ୱର : ଫଳକ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା । ବିଦ୍ଯାଳୟରେ ଫଳକ ପଡ଼ି ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ଯୁ ଘଟଣାରେ ଉତ୍ତେଜନା ଲାଗି ରହିଛି । ସ୍କୁଲରେ ତାଲା ପକାଇ ଟାୟାର ଜାଳି ରାସ୍ତା ରୋକ କଲେ ସ୍ଥାନୀୟ ଲୋକ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ମୁତୟନ କରାଯାଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡାସ ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଘଟିଥିଲା ଅଘଟଣ । ସ୍କୁଲ ପରିସରରେ ଖେଳୁଥିବା ବେଳେ ଫଳକ ଭାଙ୍ଗି ପଡ଼ିବାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିଲା ।

