କରଞ୍ଜିଆ ସିଟି: କରଞ୍ଜିଆ ସହରର ଅମ୍ବିକା ମନ୍ଦିର ପଛପଟକୁ ଥିବା ସରିତା କ୍ଲଥ ଷ୍ଟୋର ନାମକ ଲୁଗା ଦୋକାନ ଓ ଗୋଦାମରେ ଅଗ୍ନିକାଣ୍ଡ। ଘଟଣା ସ୍ଥଳରେ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କରୁଛି ଆୟତ୍ତ। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖା ଯାଇଥିଲେ ବି ପୁରାପୁରି ଭାବେ ନିଆଁକୁ ଆୟତ୍ତ କରି ପାରିନି ଅଗ୍ନିଶମ ବିଭାଗ।

