ମୁମ୍ବାଇ : ଇଣ୍ଡିଆଜ୍ ଗଟ ଟ୍ଯାଲେଣ୍ଟର ୧୧ ତମ ସିଜିନର ଟାଇଟଲ ଜିତିଛନ୍ତି ଆମେଜିଂ ଅପସରା । “ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୧୧”ଟ୍ରଫି ଜିତିବା ସହିତ, ଆମେଜିଂ ଅପସରାମାନେ ଏକ କାର ଏବଂ ୧୫ଲକ୍ଷ ପୁରସ୍କାର ରାଶି ପାଇଛନ୍ତି । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୧୧” ଗତକାଲି ରାତିରେ ଏକ ଚମତ୍କାର ଫାଇନାଲ୍ ସହିତ ଶେଷ ହୋଇଥିଲା ।
ତିନି ମାସ ଧରି ଚାଲିଥିବା ଏହି ଶୋ’ରେ ଦେଶବ୍ୟାପୀ ପ୍ରତିଯୋଗୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ, ବିଚାରକମାନଙ୍କୁ ପ୍ରଭାବିତ କରିଥିଲେ । ଶେଷରେ ଆମେଜିଂ ଅପସରା ଟାଇଟଲ ହାସଲ କରିଛନ୍ତି । ଏହି ଶୋର ଫାଇନାଲକୁ ୭ ଜଣ ଫାଇନାଲିଷ୍ଟ ପ୍ରବେଶ କରିଥିଲେ । କିନ୍ତୁ ଗ୍ରାଣ୍ଡ ଫିନାଲେରେ ଆମେଜିଂ ଅପସରା ବାଜି ମାରି ନେଇଥିଲେ ।
ସିକିମର ସଂଗୀତ ବ୍ୟାଣ୍ଡ, ସାଉଣ୍ଡ ଅଫ୍ ସୋଲ୍ସ, ଶୋ’ରେ ରନର୍ସଅପ୍ ଥିଲା । ଭି କମ୍ପାନୀ, ଆକାଶ ଏବଂ ଅଭିଷେକ ନେପାଳ ଟାଇଗର୍ସ, କ୍ଲାସିକ୍ କୁଇନ୍ସ, ଆମେଜିଂ ଅପସରା, ଭିକି କ୍ରିଶ୍ ଏବଂ କାଲିବୟସ୍ ଟ୍ରଫି ପାଇଁ ପ୍ରତିଯୋଗିତା କରିଥିଲେ ।
ଏହି ଶୋରେ ଜଜ୍ ଭାବେ ନବଜୋତ ସିଂହ ସିଦ୍ଧୁ, ଗାୟକ ଶାନ୍ ଏବଂ ମଲାଇକା ଆରୋରା ରହିଥିଲେ । ହର୍ଷ ଲିମ୍ବାଚିୟା ଶୋ’କୁ ହୋଷ୍ଟ କରୁଥିବା ବେଳେ, କରିସ୍ମା କପୁର ସିଜିନ୍ ୧୧ର ଫାଇନାଲ ଏପିସୋଡ୍ରେ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ ।

