ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ଦର୍ଶନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି ସକାଳୁ ଡକ୍ଟର ସାମନ୍ତ ମନ୍ଦିରରେ ପହଁଞ୍ଚି ବିଶ୍ୱର କଲ୍ୟାଣ ନିମନ୍ତେ ମା’ ମଙ୍ଗଳାଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରିବା ସହିତ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମା’ ମଙ୍ଗଳାଙ୍କୁ ଏକ ସୁନ୍ଦର ଗଜରା ମାଳ ପିନ୍ଧାଇ ଥିଲେ । ମା’ ମଙ୍ଗଳାଙ୍କ ନିକଟରେ ଡକ୍ଟର ସାମନ୍ତଙ୍କ ପୂଜାର୍ଚନା କରାଇଥିଲେ ପୂଜକ ସୂର୍ଯ୍ୟ ନାରାୟଣ ପଣ୍ଡା ।

