ଚାନ୍ଦବାଲି : ଶୀତ, କାକରରେ ଖୋଲା ଆକାଶ ତଳେ ଅଗ୍ନି ବିପନ୍ନ । ସର୍ବସ୍ବ ହରାଇବା ପରେ ଏବେ ଦୁର୍ଦ୍ଦିନରେ ବିତୁଛି ଜୀବନ । ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ୭ଟି ପରିବାରର ୧୬ବଖରା ଘର । କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ଆଉ କିଛି ବର୍ତ୍ତିନି । ନିଆଁ ଏତେ ଭାୟାନକ ଥିଲା ଯେ ଘର ଭିତରୁ କିଛି କାଢ଼ିବା ସମ୍ଭବ ଭୋଇନଥିଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ ।
୧୦ଗୋଟି ଗୋରୁ, ଶହେରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୨୦୦ରୁ ଅଧିକ ଧାନ ବସ୍ତା ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି । ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ଯୋଗାଇବା ସହ ପୀଡ଼ିତ ପରିବାରମାନଙ୍କୁ ଖାଦ୍ୟ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

