କାମାକ୍ଷାନଗର: କ୍ୟାଲେଣ୍ଡର ବର୍ଷ-୨୦୨୫ର ଅନ୍ତିମ ଦିବସ ଏବଂ ନୂଆବର୍ଷର ଆଗମନ ଅବସରରେ ସପରିବାର ବଣଭୋଜିରେ ଯାଇଥିବା ଏକ ଘରୁ ଦିନ ଦିପହରରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ପରିବାର ଲୋକଙ୍କର ଅନୁପସ୍ଥିତିର ସଯୋଗ ନେଇ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଇଛନ୍ତି। ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ସହରର କଲେଜ ରୋଡ଼ ଓ ନିକଟରେ ଥିବା ଜିରିଡାମାଳି ଗାଁରେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି l ଦିନ ଦ୍ବିପ୍ରହରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇ ଦୁଇଟି ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ ଲୁଟେରାl ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଜିରିଡ଼ାମାଳି ଗାଁର ନାରାୟଣ ବାରିକଙ୍କ ପରିବାର ଲୋକ ନୂଆବର୍ଷ ଅବସରରେ ଭୋଜି କରିବାକୁ ଯାଇଥିଲେl ସେମାନେ ଘରର ବାହାର ପାର୍ଶ୍ବରେ ତାଲା ପକାଇ ଦେଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ତାଲାଭାଙ୍ଗି ଘରେ ଥିବା ସୁନା ମଙ୍ଗଳସୂତ୍ର, ସୁନାଚୁଡ଼ି, ସୁନାଚେନ ଓ ନଗଦ ଚାଳିଶରୁ ପଚାଶ ହଜାର ଟଙ୍କା ଲୁଟିନେଇଛନ୍ତିl

