ନୋଏଡା : ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜେୱରରୁ ନୋଏଡା କୁ ଆସୁଥିବା ୩ଟି କାର୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁଇଟି ଗାଡ଼ିରେ ନିଆଁ ଲାଗିଯାଇଥିଲା । ଗାଡ଼ିରେ ନିଆଁ ଲାଗିବା ଦେଖି ଏଥିରେ ଥିବା ଲୋକ ଚତୁରତାର ସହିତ ନିଜ ଜୀବନ ବଞ୍ଚାଇ ବାହାରକୁ ନେଇଆସିଥିଲେ । ତେବେ ଘଟଣାରେ ଜନହାନୀ ହୋଇନାହିଁ । ଘଟଣା ପରେ ଯମୁନା ଏକ୍ସପ୍ରେସ ୱେରେ ଭିଡ଼ ଲାଗି ରହିଥିଲା ।
ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ଟିମ କଡ଼ା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଯୋଗୁଁ ଦୁଇଟି ଯାକ ଗାଡ଼ି ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ କ୍ଷତିଗ୍ରସ୍ତ ଗାଡ଼ିକୁ କ୍ରେନ ସହାୟତାରେ ରାସ୍ତାରୁ ହଟାଇଛି । ଏହାପରେ ଯମୁନା ଏକ୍ସପ୍ରେସରେ ବାଧାପ୍ରାପ୍ତ ଉପୁଜିଛି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ, ଦ୍ରୁତଗତିରେ ଗାଡ଼ି ଚଲାଇବା ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

