କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ
ଡେରାବିଶ ୨୨, ୧୨ ଡେରାବିଶ ବ୍ଲକ ରାସ୍ତା ନିର୍ମାଣ କାର୍ଯ୍ୟ କୁ ଚାରି ମାସ ପୁରିନି। ହେଲେ ରାସ୍ତା ଫାଟି ଆଁ କରିଛି। ଯାହା ଫଳରେ ହଜାର ହଜାର ଲୋକେ ଯାତାୟତ ଜନିତ ସମସ୍ୟା ରେ ପଡ଼ିଛନ୍ତି । ଏତେ କମ୍ ଦିନରେ ରାସ୍ତାର ଏ ବିକଳ ଅବସ୍ଥା ଦେଖି ଲୋକେ ବିଭାଗ କାଯ୍ୟ କୁ ନେଇ ସାଧାରଣ ଲୋକ ମାନେ ପ୍ରଶ୍ନ କଲେଣି | ସୂଚନା ମୁତାବକ କଟକ ଚାନ୍ଦବାଲି ମୁଖ୍ୟ ରାଜ ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ପୂର୍ତ୍ତବିଭାଗ ତରଫରୁ ନିର୍ମାଣ କରାଯାଇଥିଲା । ହେଲେ ରାସ୍ତା ନିର୍ମାଣକୁ ତିନି ମାସ ପୁରିନି ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି | ଭଣଗାଁ ପୋଲ ପାଖରେ ୫୦୦ ମିଟର ଭଳି ରାସ୍ତା ମଝିରୁ ଫାଳ ହୋଇ ଆଁ କରିଛି! ଯାହା ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଯାତ୍ରୀ ଯାତାୟତ ଜନିତ ପ୍ରତିଦିନ ଦୁର୍ଘଟଣା ର ଶିକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି| କେନ୍ଦ୍ରାପଡା ଜିଲ୍ଲା ସମସ୍ତ ମେଡିକାଲ ରୋଗୀ ସ୍ଥାନାନ୍ତର ସମୀୟରେ ଦୁର୍ଘଟଣା ଶିକାର ହଉଛନ୍ତି ସ୍କୁଲ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତାରେ ଯାଆଆସ କରିବାପାଇଁ ନିଜକୁ ସୁରକ୍ଷିତ ମ ନେ କରୁ ନାହାନ୍ତି ଭୟ କରୁଛନ୍ତି। ବାଧ୍ୟ ହୋଇ ଲୋକେ ସେହି ଫଟା ସ୍ଥାନରେ ଗଛ ଡାଳ ପୋତି ସଚେତନ କରାଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭଗୀୟ ଅଧିକାରୀ ମାନେ କର୍ଣ୍ଣ ପାତ କରୁନାହାନ୍ତି। ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ଯିବା ଆସିବ କରୁଥିବା ପଥ ଚାରି ମାନେ ଅଭିଯୋଗ ଆଣିଛନ୍ତି | ରାସ୍ତା ନିର୍ମାଣ ସମୟରେ ମଧ୍ୟ ନିମ୍ନମାନର କାର୍ଯ୍ୟ ହେଉଥିବା ଯୁବକମାନେ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଏବେ ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହେବାପରେ ରାସ୍ତାର ଦୀର୍ଘସ୍ଥାୟୀ ଉପରେ ଲୋକେ ଏବେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ପୂର୍ତ୍ତ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀ ବିକ୍ରମ କୁମାର ସ୍ୱାଇଁ ଅଞ୍ଚଳର ସଚେତନ କହିଛନ୍ତି ପୁରୁଣା ରାସ୍ତା ଉପରେ କାମଟି ହୋଇଥିଲା | ତଳ ମାଟି ଖସିଯାଇଥିବାରୁ ଏମିତି ଅବସ୍ଥା ହୋଇଥାଇ ପାରେ । ସ୍ଥିତି ଅନୁଧ୍ୟାନ କରିବା ପରେ ବିଭାଗ ତରଫରୁ ଏ ପଯ୍ୟନ୍ତ ସମାଧାନ ର ବ୍ୟବସ୍ତା କରା ଯାଇ ନାହିଁ। ଯଥାଶୀଘ୍ର ଏ କାଯ୍ୟ କରାନଗଲେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କୁ ଭେଟିବେ ବୋଲି ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି।

