ବଲାଙ୍ଗିର : ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା l ଦେଓଗାଁ ବ୍ଲକ ଖଇରଗୁଡ଼ାର ବଡ଼ ଖଳା, କୁମୁରିଆର ସାନଖଳା ଓ ନୂଆଖାଳରେ ପାଳନ ହେବ ଶୂଳିଆ ଯାତ୍ରା l ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଶୁଲିଆ ଯାତ୍ରାରେ ପଶୁ ବଳି ସଂଖ୍ୟା କମ କରିବାକୁ ଆଦିବାସୀଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ l ବଲାଙ୍ଗିର ଅତିରିକ୍ତ ଜିଲ୍ଲାପlଳ କହିଛନ୍ତି ପ୍ରସ୍ତୁତି ବୈଠକ ସରିଛି l ଆଦିବାସୀଙ୍କୁ ସଚେତନ କରାଯାଇଛି ।

