ବାରଙ୍ଗ : ଚୋରା ବାଲି ଚାଲାଣର ପେଣ୍ଠସ୍ଥଳ ପାଲଟିଛି ବାରଙ୍ଗ ଅଞ୍ଚଳ । ବେଆଇନ ବାଲି ଚାଲାଣ ବେଳେ ବାରଙ୍ଗ ପୋଲିସର ଚଢ଼ାଉ । ୯ଟି ବାଲି ବୋଝେଇ ହାଇୱା ଗାଡ଼ି ଜବତ। ସିଆଇଏସଏଫ ନିକଟରୁ ସମସ୍ତ ଗାଡ଼ିକୁ ବିଳମ୍ୱିତ ରାତିରେ ଜବତ କରିଛି ପୋଲିସ । ବାରଙ୍ଗ ତହସିଲ ଅନ୍ତର୍ଗତ ନରଣପୁର, ବେଲଗଛିଆ ସମେତ ବାରଙ୍ଗ ଅଞ୍ଚଳର ବିଭିନ୍ନ ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା ।
ଗତକାଲି ରାତିରେ ବାରଙ୍ଗ ପୋଲିସ ସିଆଇଏସଏଫ ଛକ ନିକଟରେ ବ୍ଳକି ଚେକିଂ କରୁଥିବା ବେଳେ ବାଲି ଚାଲାଣ ହେଉଥିବା ହାଇୱା ଗାଡିକୁ ଅଟକାଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ । ଦୁଇଟି ଗାଡ଼ିର ନାଁରେ ଥାନାରେ ଦୁଇଟି କେସ ହୋଇଛି । ଅନ୍ୟ ଗାଡ଼ିଗୁଡ଼ିକ ତଦନ୍ତ ପାଇଁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

