ଉଦଳା : ରାସ୍ତାକଡ଼ରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଉଦଳା ୧୨ ନମ୍ବର ୱାର୍ଡ ପରିଡା ସାହି ନିକଟ ରାସ୍ତା କଡ଼ରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗୁରୁବାରୀ ସିଂ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି । ଗୁରୁବାରୀ ଗତକାଲି ରାତି ନିଜ ଭାଇ ଘରକୁ ଯାଉଥିଲେ । ସେହି ସ୍ଥାନ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ତେବେ ଗୁରୁବାରୀ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

