ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଶନିବାର ସକାଳ ୯ ଘଟିକା ସମୟରେ ବିଜେପି ପକ୍ଷରୁ ବିଶ୍ଵର ସର୍ବବୃହତ ଭାରତର ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅନୁସୂଚିତ ଜାତି ମୋର୍ଚ୍ଚା ବାଲେଶ୍ଵର ଜିଲ୍ଲା ସଭାପତି ସନ୍ତୋଷ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସରୋଜ କୁମାର ଜେନା, ରେମୁଣା ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ସାହା, ବିଜୟ କୁମାର ସାହୁ, ବିପିନ ମାରାଣ୍ଡି, ମାୟାଧର ପ୍ରଧାନ, ଉମାକାନ୍ତ ଜେନା, ପ୍ରଫୁଲ୍ଲ ଦ୍ବିବେଦୀ, ମାନସ ମହାନ୍ତି, ରଘୁନାଥ ପରିଡ଼ା, କାହ୍ନୁ ଚରଣ ବେହେରା, ନାରୀ ନେତ୍ରୀ କମଳା ବିନ୍ଧାଣି, ମିନାକ୍ଷୀ ମହାପାତ୍ର, ରାବିତା ଦାସ, ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ତପନ କୁମାର ବେହେରା, ଅଭିରାମ ଦାସ, ରାମେଶ୍ବର ମହାଳିକ, ସୁଶାନ୍ତ ଦାସ, ହରିମୋହନ ମାଝୀ, ଗଣେଶ ସେଠୀ, ସ୍ମୃତି ରଞ୍ଜନ ସେଠୀ, ଗୌରୀଶଙ୍କର ଦଳେଇ, କାର୍ତ୍ତିକ ଚନ୍ଦ୍ର ଗୁରୁ, କାଶୀନାଥ ଦାସ, ବିଜୟ କୁମାର ସାହୁ, ହରିଶ ଚନ୍ଦ୍ର ଧଳ, ଦୀନବନ୍ଧୁ ମହାଳିକ ଆଦି ଉପସ୍ଥିତ ଥିଲେ।