ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ବିଭାଗର ଚଢ଼ାଉ: ୪ ନିର୍ଦ୍ଦେଶକଙ୍କୁ ଝାଳବୁହା ଜେରା
ଭୁବନେଶ୍ବର: ଆଜି ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଚଢ଼ାଉ। ଆୟକର ଫାଙ୍କି ନେଇ ଆୟକର ବିଭାଗ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକ ସନ୍ଦୀପ କୁମାର ବେଦ, ଅମିତ ବେଦ, ପ୍ରକାଶ ଭୁରା ଓ ଅଞ୍ଜନା ଦେବୀ ଭୁରାଙ୍କୁ ଆଜି ସକାଳୁ ଝାଳବୁହା ଜେରା କରୁଥିବା ଜଣାଯାଇଛି। ଏଥିଲାଗି ବିଶେଷ କରି ଏହି ପାର୍ଟନରମାନଙ୍କ ଅଡ଼ୁଆ ବଢ଼ିଯାଇଛି। ଆୟକର ଫାଙ୍କି ନେଇ ଆୟକର ବିଭାଗ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଉତ୍କଳ ବିଲ୍ଡର୍ସର ୧୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ କୋଟିଏରୁ ଅଧିକ ନଗଦ ଟଙ୍କା ଓ ବହୁ ଜାଲ୍ କାଗଜପତ୍ର ଜବତ କରାଯାଇଛି। ଯାହାକୁ ନେଇ ଆୟକର ବିଭାଗ ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା କରିଛି। ସୂଚନା ମୁତାବକ, ବହୁଦିନ ହେବ ସଂସ୍ଥା ପକ୍ଷରୁ ଆୟକର ଫାଙ୍କି ହେଉଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଯୋଜନା ମୁତାବକ ମଙ୍ଗଳବାର ସକାଳ ସମୟରେ ୧୪ଟି ଟିମ୍ର ୧୨୦ ଅଧିକାରୀ ଭୁବନେଶ୍ବରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ଅଦି ଅଞ୍ଚଳ ସମେତ ରାଜ୍ୟ ବାହାରେ ଏକକାଳୀନ ଚଢ଼ଉ କରିଥିଲେ।