ବେଆଇନ କ୍ଲିନିକ୍ ଉପରେ ଉପଜିଲ୍ଲାପାଳଙ୍କ ଚଢ଼ଉ
ରାୟଗଡ଼ା: ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଗୁରୁବାର ଗୁଣପୁର ସହରରେ ବେଆଇନ ଭାବରେ ଚାଲିଥିବ ଏକାଧିକ କ୍ଲିନିକ୍ ଉପରେ ଅଚାନକ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ କୌଣସି କାଗଜ ପତ୍ର ନଥାଇ କ୍ଲିନିକ୍ ଚାଲୁଥିବା ସେ ଦେଖିବାକୁ ପାଇଥିଲେ।
ଅନିୟମିତତା ଦେଖି ଉପଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ପୁଲିସ ମଧ୍ୟ ଚଢ଼ଉ ବେଳେ ଉପସ୍ଥିତ ଥିଲେ। ସମ୍ପୂର୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। କ୍ଲିନିକ୍ ସମ୍ପର୍କରେ ଗୁଣପୁର ଜନ ସାଧାରଣ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ୩ ମାସ ତଳେ ଗୁଣପୁର ଉପଜିଲ୍ଲାପାଳ ଭାବେ ଯୋଗଦେଇଥିବା ଅଭିଷେକ ଦୁଧାଲଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ସେ ଗୁରୁବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।