ନ୍ୟୁକ୍ଲିୟର ମିଶାଇଲ୍ ଟେଷ୍ଟ କଲା ଆମେରିକା, ଜାଣନ୍ତୁ କେତେ ପାୱାରଫୁଲ୍ ‘ମିନିଟମ୍ୟାନ୍-୩’
ଆମେରିକା: ଆମେରିକା ବାୟୁସେନାର ଗ୍ଲୋବାଲ ଷ୍ଟ୍ରାଇକ୍ କମାଣ୍ଡ କାଲିଫର୍ନିଆରୁ ଏକ ନିରସ୍ତ୍ର ମିନିଟମ୍ୟାନ୍ III ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ୍ (ICBM) ପରୀକ୍ଷଣ କରିଥିଲା । ଏହା ଏକ ନିୟମିତ ପରୀକ୍ଷଣ ଥିଲା । ଏହି କ୍ଷେପଣାସ୍ତ୍ର ମାର୍ଶାଲ୍ ଦ୍ୱୀପପୁଞ୍ଜ ନିକଟରେ ରୋନାଲ୍ଡ ରେଗାନ୍ ବାଲିଷ୍ଟିକ୍ ମିଶାଇଲ୍ ଡିଫେନ୍ସ ଟେଷ୍ଟ ସାଇଟରେ ପଡ଼ିଥିଲା । ପରମାଣୁ ଅସ୍ତ୍ର ଉପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଏହି ପରୀକ୍ଷଣ କରାଯାଇଥିଲା ।
ମିନିଟ୍ମ୍ୟାନ୍ III ହେଉଛି ଆମେରିକାର ସବୁଠାରୁ ପୁରୁଣା ICBM । ଯାହା ୧୯୭୦ ଦଶକରୁ ବ୍ୟବହୃତ ହୋଇଆସୁଛି । ଏହା ଭୂମିରୁ ଲଞ୍ଚ ହୋଇପାରେ ଏବଂ ଏହାର ପରିସର ୧୩,୦୦୦ କିଲୋମିଟର । ଏଥିରେ ନ୍ୟୁକ୍ଲିୟର ଲଗାଯାଇପାରେ, କିନ୍ତୁ ଏହି ଟେଷ୍ଟରେ କୌଣସି ଅସ୍ତ୍ର ବହନ କରାଯାଇ ନଥିଲା ।
ଏଥିସହ ଜାଣିରଖନ୍ତୁ ଯେ, ଆମେରିକା ପାଖରେ ପ୍ରାୟ ୪୦୦ ଏପରି ମିଶାଇଲ୍ ଅଛି, ଯାହା ରୁଷ ଏବଂ ଚୀନ୍ ଭଳି ଦେଶ ବିରୁଦ୍ଧରେ ଏହାର ପ୍ରତିରକ୍ଷାର ଏକ ଅଂଶ ହୋଇଛି । ଏହି ମିଶାଇଲକୁ “ମିନିଟମ୍ୟାନ୍” ନାମରେ ଜଣାଶୁଣା କାରଣ ଏହା ଗୋଟିଏ ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇପାରିବ । ଆମେରିକା ୨୦୩୦ ସୁଦ୍ଧା ଏହାକୁ ଏକ ନୂଆ ମିଶାଇଲ ସହିତ ବଦଳାଇବାକୁ ଯୋଜନା କରୁଛି, କିନ୍ତୁ ସେପର୍ଯ୍ୟନ୍ତ, ଏହି ଟେଷ୍ଟଗୁଡ଼ିକ ଜାରି ରହିବ ।