ଛତିଶଗଡ଼ରେ ଛାତିଥରା ଟ୍ରେନ୍ ଦୁର୍ଘଟଣା: ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୬ ମୃତ
ବିଳାସପୁର: ଛତିଶଗଡ଼ରୁ ଆସୁଛି ବଡ଼ ଖବର । ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ । ୨ଟି ଟ୍ରେନର ଭୟଙ୍କର ଧକ୍କା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳୁଛି । ତେବେ ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।ସେପଟେ ଆଜି ଦ୍ବିପହରେ ଏହି ବଡ଼ ଦୁର୍ଘଟଣା ହୋଇଛି । ବିଳାସପୁର ଷ୍ଟେସନ ନିକଟରେ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ଜାରି ରହିଛି ।