କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ I
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି ।
(1) 08417 ବ୍ରହ୍ମପୁର–ପୁରୀ ପ୍ୟାସେଞ୍ଜର ବିଶେଷ ଟ୍ରେନ 04.11.2025 (ମଙ୍ଗଳବାର) ରାତି 8ଘ.35ମି.ରେ ବ୍ରହ୍ମପୁରରୁ ଛାଡି ମଧ୍ୟରାତ୍ରି ପରେ 01ଘ.30ମି.ରେ ପୁରୀ ଠାରେ ପହଞ୍ଚିବ ।
(2) 08418 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 05.11.2025 ବୁଧବାର ଭୋର 03 ଘଟିକାରେବ୍ୟପାସ୍ରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ ।
(3) ଅନ୍ୟ ଏକ ବିଶେଷ ଟ୍ରେନ 08448 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 06.11.2025 (ଗୁରୁବାର) ସକାଳ 05 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ ।
ଏହି ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବ୍ରହ୍ମପୁର ଏବଂ ପୁରୀ ମଧ୍ୟରେ ଖୋର୍ଦ୍ଧା ରୋଡ୍ ଜଙ୍କସନକୁ ବାଇପାସ କରି ଜଗନ୍ନାଥପୁର, ଛତ୍ରପୁର, ଗଞ୍ଜାମ, ହମ୍ମା, ରମ୍ଭା, ଖଲ୍ଲିକୋଟ , ଚିଲିକା, ବାଲୁଗାଁ, ଗଙ୍ଗାଧରପୁର, କୁହୁଡ଼ି, କାଳୁପଡାଘାଟ, ଭୁଷଣ୍ଡପୁର, ନିରାକାରପୁର, ତାପଙ୍ଗ, କାଇପଦର ରୋଡ, ହରିପୁରଗ୍ରାମ, ମୋଟାରି, କଣାସ ରୋଡ଼, ବୀରପୁରୁଷୋତ୍ତମପୁର ଏବଂ ମାଳତୀପାଟପୁର ଆଦି ଷ୍ଟେସନରେ ରହଣି କରିବ I
ଏହି ବିଶେଷ ଟ୍ରେନଗୁଡିକ ଯାତ୍ରୀମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ହବିଶ୍ୟା ଉତ୍ସବ ସମୟରେ ସୁବିଧାଜନକ ଯାତ୍ରା ପାଇଁ ସହାୟକ ହେବ ।