ସୁଧୁରୁନି ପୋଲିସ ବ୍ୟବସ୍ଥା ! ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ ପୋଲିସ ବାବୁ.. ପଟ୍ଟାମୁଣ୍ଡାଇରୁ ଆସିଲା ପୋଲିସ ଅବହେଳାର ଚିତ୍ର
ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲେନି ପୋଲିସ ବାବୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦଳିମକଚି ଫୁ କରିଦେଲେ ପୋଲିସ ବାବୁ । ୫ ମାସ ତଳେ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେ ନିର୍ଦ୍ଦେଶକୁ କରାଯାଇଛି ଅବମାନନା । ଏଫଆଇଆର୍ ନେଇ ଗତ ମାର୍ଚ୍ଚ ୭ ତାରିଖରେ ନୂଆପଲ୍ଲୀ ଥାନା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଯେଉଁ କଡା ନିର୍ଦ୍ଦେଶ ଦେଇଥିଲେ ସେ ନିର୍ଦ୍ଦେଶକୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଫୁଙ୍କି ଉଡାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ କି- ଥାନାରେ ଆଉ ଗୋଟେ ବି ଏଫଆଇଆର ଗ୍ରହଣ କରାଗଲା ନାହିଁ ବୋଲି ଆଉ ଶୁଣାଯିବନି । ଯେଉଁ ଆଇଆଇସି ଏଫଆଇଆର ଗ୍ରହଣ କରିବନି ସିଏ ତତକ୍ଷଣାତ୍ ସସପେଣ୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅତୀତରେ ନିଜ ସହ ପୋଲିସର ଖରାପ ବ୍ୟବହାରକୁ ଉଦାହରଣ ଦେଇ ଏଭଳି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ତାଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ କରି ଉଡ଼ାଇ ଦିଆଯାଇଛି । ଯାହାର ବଡ଼ ଉଦାହରଣ ଏବଂ ଶେଷ ପରିଣତି କେନ୍ଦ୍ରପଡା ପଟ୍ଟାମୁଣ୍ଡାଇର ଛାତ୍ରୀଙ୍କ ଆତ୍ମଦାହ ଘଟଣା ।