ଗିରଫ ପରେ ଅନନ୍ତ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା:ଏବେ ନିର୍ବାଚନ ଲଢ଼ିବେ ମୋକାମାର ଲୋକେ
ପାଟନା: ଜନ ସୂରଜ ପାର୍ଟି ସମର୍ଥକ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ବିହାରର ମୋକାମାର ପୂର୍ବତନ ବିଧାୟକ ଏବଂ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି। ଗିରଫ ହେବା ପରେ ଅନନ୍ତ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମୋକାମାର ଲୋକମାନେ ଏବେ ନିର୍ବାଚନ ଲଢ଼ିବେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରି ଜନତା ଦଳ ୟୁନାଇଟେଡ୍ ପ୍ରାର୍ଥୀ ଅନନ୍ତ ସିଂହ ଲେଖିଛନ୍ତି, ସତ୍ୟମେବ ଜୟତେ!! ମୋକାମାର ଲୋକଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ତେଣୁ ନିର୍ବାଚନ ଏବେ ମୋକାମାର ଲୋକମାନେ ଲଢ଼ିବେ। ଏହି ପୋଷ୍ଟ ଫେସବୁକରେ ସେୟାର ହେବା ମାତ୍ରେ ଭାଇରାଲ ହେବାରେ ଳାଗିଛି।