ରାଜ୍ୟ

‎ଜିଲ୍ଲା ସାଂଗଠନିକ ବୈଠକ ଓ କର୍ମଶାଳା

Spread the love

‎ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଂଗଠନିକ ବୈଠକ ଓ କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ବୈଠକରେ ଆଗାମୀ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିଲେ। ପ୍ରତି ଘରେ ତ୍ରିରଙ୍ଗ, ତ୍ରିରଙ୍ଗା ଶୋଭାଯାତ୍ରା, ବିଭାଜନର ବିଭିଷିକା, ସ୍ବଚ୍ଛ ଭାରତ, ସ୍ଵତନ୍ତ୍ରତା ସଂଗ୍ରାମୀ ଓ ସହୀଦଙ୍କୁ ସମ୍ମାନ, ରକ୍ଷା ବନ୍ଧନ, ବୃକ୍ଷ ରୋପଣ ଓ ସ୍ବାଧୀନତା ଦିବସ ପାଳନ ଆଗାମୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ସମଗ୍ର ଜିଲ୍ଲାରେ ବ୍ୟାପକ ଉତ୍ସାହରେ ପାଳନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହିତ କାର୍ଯ୍ୟକର୍ତ୍ତାଙ୍କୁ ଦାଇତ୍ୱ ବଣ୍ଟନ କରାଯାଇଛି। ସଦର ବିଧାୟକ ମାନସ କୁମାର ଦତ୍ତ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସୋରୋ ବିଧାୟକ ପାର୍ଥୀ ପର୍ଶୁରାମ ଧଡ଼ା, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ଓ ବରିଷ୍ଠ ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ବାଳ ମଞ୍ଚାସିନ ହୋଇ ଆଲୋଚନାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ବାରା ପ୍ରେରିତ ରାଖୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ସଭାପତି ବଣ୍ଟନ କରିଥିଲେ। ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ଚନ୍ଦ୍ରଶେଖର ନନ୍ଦ, ବିଜୟ ସାହୁ, ରାଜେଶ ମହାପାତ୍ର, ରଞ୍ଜିତ ପୃଷ୍ଟି ଓ ସୁମନ୍ତ ମହାଳିକ ସଭା ଓ କର୍ମଶାଳା ପରିଚାଳନା ଓ ବ୍ୟବସ୍ଥାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!