ରାଜ୍ୟ

ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲାରେ ୧୮ ଜଣ ଅଟକ

Spread the love

ଚାକିରି କେଳେଙ୍କାରୀ ମାମଲାରେ ସମ୍ବଲପୁର ପୁଲିସ ପୁଣି ୧୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଏହି ମାମଲାରେ ପୂର୍ବରୁ ୨ଜଣ ଗିରଫ ହୋଇଛନ୍ତି। ପୁଲିସ ଅଟକ ରଖିଥିବା ଅଭିଯୁକ୍ତମାନେ ଅଧିକାଂଶ ସମ୍ବଲପୁର ଅଞ୍ଚଳର। ଏମାନେ ବୁର୍ଲା, ଧନୁପାଲି, ବରେଇପାଲି ଓ ଧମା ଥାନା ଅଞ୍ଚଳର ବୋଲି ସମ୍ବଲପୁର ପୁଲିସ ଏହି ସୂଚନା ଦେଇଛି। ଏହି ମାମଲାରେ ଆହୁରି ଅନେକ‌ ଲୋକଙ୍କର ସଂପୃକ୍ତି ଥିବା ପୁଲିସର ସନ୍ଦେହ ହେଉଛି। ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ଅଭିଯୁକ୍ତମାନେ ହେଲେ ରାହୁଲ ବାଗ୍‌, ପଦ୍ମଲୋଚନ ଲୁହା, ମୁରଲୀ ତାଣ୍ଡିଆ, କୁଞ୍ଜବନ ମହାନନ୍ଦ, ହାଲଦାର ସାହୁ, ‌ଡିଲେଶ୍ବର ରନବିଡ଼ା, ସୁଶୀଳ ବାଗ, ବେଣୁଧର ଲୁହା, ସରୋଜ ବାଗ, ରାଜକିଶୋର ବେଦି, ଯଶୋବନ୍ତ ଲୁହା, ନନ୍ଦିକିଶୋର ବେଦି, ବନ ବେଦି, ଭାଗ୍ୟଶ୍ରୀ ମହାନନ୍ଦ, ଜମ୍ବୁବନ୍ତୀ ବାଗ, ଦୀପ୍ତି ରାଣୀ ବେଦୀ, ଲିପି ବେଦୀ ଓ ସଂଜୁ ସୁନା। ପୁଲିସ ଏମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 

Leave a Reply

Your email address will not be published. Required fields are marked *