ରାଜ୍ୟ

ବାପାଙ୍କ ମୃତ୍ୟୁର ୩ବର୍ଷ ପରେ ଚାଲିଗଲା ଅଭିନେତାଙ୍କ ଜୀବନ, ଏହି ରୋଗ ପାଇଁ ହେଲା ମୃତ୍ୟୁ

Spread the love

ସ୍ୟାଣ୍ଡଲଉଡ୍ ଅର୍ଥାତ୍ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ମାତ୍ର ୩୪ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଲେ ପ୍ରସିଦ୍ଧ ଅଭିନେତା ସନ୍ତୋଷ ବଳରାଜ। ଅଭିନେତାଙ୍କର ମଙ୍ଗଳବାର ସକାଳେ ୩୪ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସେ ମଙ୍ଗଳବାର ଦିନ ବାଙ୍ଗାଲୋରର ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସନ୍ତୋଷ ବଳରାଜଙ୍କର କିଡନୀ ଏବଂ ଯକୃତ ସମସ୍ୟା ଥିଲା, ଯାହା ଯୋଗୁଁ ତାଙ୍କୁ ଜଣ୍ଡିସ ହୋଇଥିଲା। ଅଭିନେତାଙ୍କୁ ଗତ ମାସରେ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ ଏବଂ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ତାଙ୍କୁ ଜଣ୍ଡିସର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ ସେ କୋମାକୁ ଚାଲିଯାଇଥିଲେ। ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା।

ସନ୍ତୋଷ ବଳରାଜ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତା ଥିଲେ। ସେ ସ୍ୱର୍ଗତଃ କନ୍ନଡ ଫିଲ୍ମ ପ୍ରଯୋଜକ ଅନେକଲ ବଳରାଜଙ୍କ ପୁଅ ଥିଲେ। ସନ୍ତୋଷ ‘କାରିଆ ୨’, ‘କେମ୍ପା’, ‘ଗନପା’, ‘ବେ‌ରକେଲେ’ ଏବଂ ‘ସତ୍ୟ’ ଭଳି ଫିଲ୍ମରେ କାମ କରିଥିଲେ। ତାଙ୍କୁ ‘ଗନପା ଫିଲ୍ମ ପରେ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଥିଲା। କୁହାଯାଏ ଯେ ତାଙ୍କ ପିତାଙ୍କ ପାଇଁ ସେ ସହଜରେ ସିନେମାରେ ପ୍ରବେଶ କରିପାରିଥିଲେ। ତାଙ୍କ ପିତା ତାଙ୍କୁ ୨୦୦୯ ମସିହାରେ ଫିଲ୍ମ “କେମ୍ପା” ମାଧ୍ୟମରେ ଲଞ୍ଚ କରିଥିଲେ। ଏହି କନ୍ନଡ ଆକ୍ସନ ଡ୍ରାମା ତାଙ୍କର ପ୍ରଥମ ଫିଲ୍ମ ଥିଲା।

ଅନେକଲ ବଲରାଜ ହିଟ୍ ଫିଲ୍ମ ‘କାରିଆ’ ନିର୍ମାଣ କରିଥିଲେ ଯେଉଁଥିରେ ଦର୍ଶନ ମୁଖ୍ୟ ଭୂମିକାରେ ଥିଲେ। ଯେତେବେଳେ ଏହାର ସିକ୍ୱେଲ୍ ତିଆରି ହେଲା, ସେତେବେଳେ ସନ୍ତୋଷଙ୍କୁ ଏଥିରେ କାଷ୍ଟ କରାଯାଇଥିଲା। ଏହା ତାଙ୍କ କ୍ୟାରିଅରର ମୋଡ଼ ବଦଳାଇଦେଇଥିଲା।

ତାଙ୍କ ପିତାଙ୍କ ବିଷୟରେ କହିବାକୁ ଗଲେ, ଚଳଚ୍ଚିତ୍ର ନିର୍ମାତା ଅନେକଲ ବଲରାଜ ଚଳିତ ବର୍ଷ ମେ’ ୧୫ତାରିଖରେ ବେଙ୍ଗାଲୁରୁରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେ ‘କାରିଆ ୨’, ‘କାରିଆ’ ଏବଂ ‘ଜ୍ୟାକପଟ୍’ ଭଳି ଫିଲ୍ମ ପାଇଁ ଜଣାଶୁଣା ଥିଲେ। ସନ୍ତୋଷ ବିବାହିତ ନଥିଲେ ଏବଂ ତାଙ୍କ ମାଆଙ୍କ ସହିତ ରହୁଥିଲେ।

Leave a Reply

Your email address will not be published. Required fields are marked *