ମୁଖ୍ୟ ଖବର

ସିବିଆଇ ଡିଆଇଜି ହରଚରଣ ଭୁଲ୍ଲରଙ୍କୁ ୫ ଲକ୍ଷଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଥିଲା। ଗିରଫ ପରେ ଡିଆଇଜିଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ତଦନ୍ତକାରୀ ଅଧିକାରୀମାନେ ଚଢାଉ କରି ଲକ୍ଷଲକ୍ଷ ଟଙ୍କାର କଳାଧନ ସହିତ ଅଢ଼େଇ କିଲୋର ସୁନା ଜବତ କରିଛନ୍ତି। 

Spread the love

ଚଣ୍ଡିଗଡ଼: ଅତି ଲୋଭେ ତନ୍ତୀ ମରେ ଓଡ଼ିଆରେ ଏକ ରୁଢ଼ି ରହିଛି। ପଞ୍ଜାବର ଡିଆଇଜି ହରଚରଣ ଭୁଲ୍ଲର ଏହାର ଏକ ଜ୍ବଳନ୍ତ ଉଦାହରଣ। କିଛିବର୍ଷ ହେବ ହରଚରଣଙ୍କ ଲୋଭ ଏତେ ମାତ୍ରାରେ ବଢ଼ି ଯାଇଥିଲା କି ସେ ଛୋଟଛୋଟ କାମ ପାଇଁ ବି ଲାଞ୍ଚ ଦାବି କରୁଥିଲେ। କିନ୍ତୁ ଏ ଲୋଭ ଡିଆଇଜିଙ୍କୁ ଛାରଖାର କରି ଦେଇଛି।

ନିକଟରେ ଲାଞ୍ଚ ନେଉଥିବା ବେଳେ ପଞ୍ଜାବର ଡିଆଇଜି ହରଚରଣ ଭୁଲ୍ଲର ଧରାପଡ଼ିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। କିଛିଦିନ ତଳେ ସିବିଆଇ ଡିଆଇଜି ହରଚରଣ ଭୁଲ୍ଲରଙ୍କୁ ୫ ଲକ୍ଷଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଥିଲା। ଗିରଫ ପରେ ଡିଆଇଜିଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ତଦନ୍ତକାରୀ ଅଧିକାରୀମାନେ ଚଢାଉ କରି ଲକ୍ଷଲକ୍ଷ ଟଙ୍କାର କଳାଧନ ସହିତ ଅଢ଼େଇ କିଲୋର ସୁନା ଜବତ କରିଛନ୍ତି। ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତିମୁକ୍ତ ଶାସନ ରାଜ୍ୟ ସରକାରଙ୍କ ନୈତିକ ମୂଲ୍ୟବୋଧର ମୂଳଦୁଆ, ଯାହା ଗତ ଚାରି ବର୍ଷ ମଧ୍ୟରେ ସରକାରଙ୍କ କାର୍ଯ୍ୟରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ପଞ୍ଜାବ ସରକାର ଏକ ଶୂନ୍ୟ ସହନଶୀଳତା ନୀତି ବଜାୟ ରଖିଛନ୍ତି, ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା କାହାକୁ ଛାଡି ନାହାନ୍ତି। 

Leave a Reply

Your email address will not be published. Required fields are marked *