ରାଜ୍ୟ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Spread the love

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି। ଏଣେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରିଛି। ଗତକାଲି ଏକ ଆର୍ଥିକ ଦେଣନେଣ ପ୍ରସଙ୍ଗରେ ପଚରାଉଚରା କରିବା ପାଇଁ ପୁଲିସ ତାଙ୍କୁ ଡାକିଥିଲା। ସବିଶେଷ ସୂଚନା ଅନୁଯାୟୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଛି। ହତ୍ୟା ମାମଲାରେ ପୂର୍ବରୁ ଜଣେ କର୍ପୋରେଟର୍‌, ବରିଷ୍ଠ ନେତାଙ୍କ ସହ ୧୨ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିଲେ ସୁଦ୍ଧା ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ରହସ୍ୟ ଏ ଯାଏଁ ଭେଦି ପାରିନାହିଁ। ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନିତିଶେଖର ଏହି ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ।

Leave a Reply

Your email address will not be published. Required fields are marked *