ମଝି ଆକାଶରେ ବିମାନରେ ନିଆଁ , ଭୟଙ୍କର ଭିଡିଓ ଭାଇରାଲ
ବେଜିଂ: ଶନିବାର ଦିନ ଚୀନ୍ର ହାଙ୍ଗଜୌରୁ ଦକ୍ଷିଣ କୋରିଆର ସିଓଲ ଯାଉଥିବା ଏୟାର ଚାଇନାର ଏକ ବିମାନର ଓଭରହେଡ୍ କମ୍ପାର୍ଟମେଣ୍ଟରେ ଜଣେ ଯାତ୍ରୀଙ୍କ ବ୍ୟାଗରେ ଥିବା ଲିଥିୟମ୍ ବ୍ୟାଟେରୀରେ ନିଆଁ ଲାଗିଯିବାରୁ ସାଂଘାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଯାତ୍ରୀ ଏବଂ କ୍ୟାବିନ୍ କ୍ରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।
ରିପୋର୍ଟ ଅନୁଯାୟୀ, ବିମାନ ସିଏ-୧୩୯ ପୂର୍ବାହ୍ନ ୯:୪୭ ରେ ହାଙ୍ଗଜୋରୁ ଯାତ୍ରା କରିଥିଲା ଏବଂ ମଧ୍ୟାହ୍ନ ୧୨:୨୦ ରେ ସିଓଲର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର ଥିଲା। କିନ୍ତୁ, ଉଡ଼ାଣ ସମୟରେ, ଓଭରହେଡ୍ କମ୍ପାର୍ଟମେଣ୍ଟରେ ଥିବା ଏକ କ୍ୟାରି-ଅନ ବ୍ୟାଗ୍ରେ ଥିବା ଏକ ଲିଥିୟମ ବ୍ୟାଟେରୀ ହଠାତ୍ ଜଳିଯାଇଥିଲା। ଏହା ଫଳରେ ବିମାନଟିକୁ ସାଂଘାଇ ପୁଡୋଙ୍ଗ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।