ଭୁବନେଶ୍ବର: ବଲିଉଡରେ ଦିୱାଲି ଅବସରରେ ବଡ଼ ବଡ଼ ସିନେମା ରିଲିଜ୍ ହେବାର ଟ୍ରେଣ୍ଡ ରହିଛି। ହେଲେ ଓଲିଉଡରେ ରଜ ଦଶହରା ଭଳି ଦୀପାବଳିରେ ସେମିତି କାଁଭାଁ ବଡ଼ ସିନେମା ମୁକ୍ତିଲାଭ କରିଥାଏ। ତେବେ ସେଯାହା ହେଉନା କାହିଁକି ଏବର୍ଷ ଦୀପାବଳିକୁ ଆଖିରେ ରଖି ଦୁଇଟି ଓଡ଼ିଆ ଛବି ପରଦାକୁ ଆସିବାର ଥିଲା। ମାତ୍ର ସେଥିମଧ୍ୟରୁ କେବଳ ଗୋଟିଏ ଏଥର ମୁକ୍ତିଲାଭ କରିଛି। ତାହା ହେଲାଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲଢ଼େଇ’ ବି ଦିୱାଲି ଅବସରରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ଏପରିକି ହଲ୍ ବୁକିଂ ବି ସରିଥିଲା। ହେଲେ ଶେଷ ସମୟରେ ସେନସର୍ ପ୍ରମାଣପତ୍ର ନ ମିଳିବାରୁ ତାହା ରିଲିଜ୍ ହୋଇପାରିଲାନାହିଁ। ଏହି ସିନେମା ଜରିଆରେ ଓଲିଉଡରେ ନୂଆ ନାୟକ ଲୋହିତାକ୍ଷ ପଟ୍ଟନାୟକ ଓ ନବାଗତା ନାୟିକା ଅଭିଲିପ୍ସା ପଦାର୍ପଣ କରିଛନ୍ତି।

