ଖେଳ

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

Spread the love

ପର୍ଥ: ଆରମ୍ଭ ହେଲା ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ଶୃଙ୍ଖଳା। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ । ଚାମ୍ପିଅନ୍ସ ଟ୍ରଫି ବିଜୟ ପରର ଲମ୍ବା ବ୍ୟବଧାନ ପରେ ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ଏକଦିବସୀୟ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

ଦୁଇ ଦେଶର ପ୍ରଶଂସକ ବେଶ୍ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି

ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଭାରତର ପ୍ରଥମ ଦିନିକିଆ ଶୃଙ୍ଖଳା ଏବଂ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତି। ଏସବୁ ମଜାଦାର ସମୀକରଣ ଭିତରେ ଆଜିଠୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ଶୃଙ୍ଖଳା। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଲଢ଼େଇ ଆଜି ସକାଳେ ପର୍ଥର ଅପଟସ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି, ଯାହାକୁ ନେଇ ଦୁଇ ଦେଶର ପ୍ରଶଂସକ ବେଶ୍ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି।

ଏହି ଶୃଙ୍ଖଳାକୁ‌ ନେଇ ଯେତିକି ଚର୍ଚ୍ଚା ହେଉନି, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଗିଲ୍‌ଙ୍କ ଅଧୀନରେ ରୋହିତ, କୋହଲି ଖେଳିବା। ‘ରୋକୋ’ ଭାବେ ପରିଚିତ ଏହି ଦୁଇ କିଂବଦନ୍ତି ତାରକା ୭ମାସ ପରେ କ୍ରିକେଟ୍‌କୁ ଫେରୁଥିଲା ବେଳେ ସେମାନଙ୍କୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଭଲ ଭାବରେ ଅବଗତ। ପୁଣି ଏହି ଶୃଙ୍ଖଳା ମଧ୍ୟ ସେମାନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନିର୍ଦ୍ଧାରଣ କରିବାକୁ ଯାଉଛି। ‌ଉଭୟ କିନ୍ତୁ ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି। ସେଥିପାଇଁ ପ୍ରଶଂସକ ସେମାନଙ୍କଠାରୁ ବଡ଼ ପାଳି ଆଶାରେ ରହିଛନ୍ତି। କୋହଲି, ରୋହିତ ମଧ୍ୟ ନିଜନିଜ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ବ୍ୟଗ୍ର ଥିବା ନିଜ ଶାରୀରିକ ଭାଷା ଏବଂ ଜୋରଦାର ପ୍ରସ୍ତୁତିରୁ ଆଭାସ ଦେଇଛନ୍ତି। ସେହିଭଳି ଟେଷ୍ଟ୍ କ୍ରିକେଟ୍‌ରେ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିବା ଗିଲ୍‌ଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ନୂଆ ପରୀକ୍ଷା ନେଇ ଆସିଛି। ସୀମିତ ଓଭର କ୍ରିକେଟ୍‌ର ଆଗଧାଡ଼ିରେ ରହି ଭାରତୀୟ ଦଳରେ ଥିବା ଏକାଧିକ ତାରକାଙ୍କୁ ସେ କିଭଳି ପରିଚାଳନା କରୁଛନ୍ତି? ତାହା ମଧ୍ୟ ଲକ୍ଷେ ଟଙ୍କାର ପ୍ରଶ୍ନ ହୋଇଛି। ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଏହି ଶୃଙ୍ଖଳାକୁ ୨୦୨୭ ବିଶ୍ବକପ୍ ଲାଗି ପ୍ରସ୍ତୁତି ପର୍ବର ପ୍ରଥମ ଅଧ୍ୟାୟ ଭାବେ ନେବ ବୋଲି ସଙ୍କେତ ଦେଇଛି।

Leave a Reply

Your email address will not be published. Required fields are marked *