ରେମୁଣା ଏନ୍ .ଏଚ୍.-୫ ଠାରୁ ବାଲଗୋପାଲପୁର ଶିଳ୍ପାଞ୍ଚଳ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ
ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ୩୮୧.୩୭ ଲକ୍ଷ ଟଙ୍କାର ଏନ୍ .ଏଚ୍.-୫ ଠାରୁ ବାଲଗୋପାଲପୁର ଶିଳ୍ପାଞ୍ଚଳ ରାସ୍ତାର ଉନ୍ନତିକରଣ ପ୍ରକଳ୍ପ ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳ ବାସୀ ବିଶେଷ ଭାବରେ ଉପକୃତ ହେବା ସହ ଜନସାଧାରଣଙ୍କ ଗମନାଗମନ ସୁରକ୍ଷିତ ହେବ।

ଅନ୍ୟ ମାନଙ୍କ ମଧ୍ୟରେ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳ ବିହାରୀ ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଗିରିଧାରୀ ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, କାଉନସିଲର ଶିବଶଙ୍କର ରାୟ, ହେମବତୀ ବେହେରା, ମିନାକ୍ଷୀ ବେହେରା , ମଣ୍ଡଳ ସଭାପତି ମାୟାଧର ପ୍ରଧାନ, କନକଲତା ଦାସ, ଜୟନ୍ତୀ ପାତ୍ର, ହେମଲତା ସେଠୀ, ଇତିଶ୍ରୀ ଦାସ, ଅନନ୍ତ ସାହୁ, ହିମାଂଶୁ ଶେଖର ରାୟ, ଟୁନା ଭାଇ ଇତ୍ୟାଦି ଉପସ୍ଥିତ ଥିଲେ।