ରାଜ୍ୟ

ଡାକ ବିଭାଗ ପକ୍ଷରୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳକ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ୧ ଅକ୍ଟୋବରରୁ ଲାଗୁ ହେବ । ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି ।

Spread the love

ନୂଆଦିଲ୍ଲୀ : ଡାକ ବିଭାଗ ପକ୍ଷରୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳକ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ୧ ଅକ୍ଟୋବରରୁ ଲାଗୁ ହେବ । ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି । ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବା ଏବଂ ସ୍ପିଡ୍ ପୋଷ୍ଟରେ ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସୁବିଧାକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ ବିଭାଗ ଏହି ପଦକ୍ଷେପ ନେଇଛି । 

ବଢ଼ୁଥିବା ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି। ପ୍ରାୟତଃ  ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ  ୪୭ ଟଙ୍କା ଶୁଳ୍କ ରଖାଯାଇଛି।  ସେହିପରି ୫୧ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ  ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ୧୩ ବର୍ଷ ପରେ ଏହି ଶୁଳକ ବୃଦ୍ଧି ପାଇଛି । ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା ।

ନୂଆ ସୁବିଧା ମଧ୍ୟରେ ରହିଛି ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା।

Leave a Reply

Your email address will not be published. Required fields are marked *