ରାଜ୍ୟ

ଊଣେଇଶ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ନିମ୍ବ ଗଛ ଲଗାଇ ଆସୁଛନ୍ତି ବିମ୍ବାଧର। ବର୍ତ୍ତମାନ ସୁଦ୍ଧା ୪୫ରୁ ୫୦ ହଜାର ନିମ୍ବଗଛ ରୋପଣ କରିସାରିଥିବା ବିମ୍ବାଧର ଏବେ ‘ନିମ୍ବ ମଣିଷ’ ଭାବେ ସ୍ୱତନ୍ତ୍ର ପରିଚୟ ଅର୍ଜନ କରିଛନ୍ତି।

Spread the love

ଊଣେଇଶ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ନିମ୍ବ ଗଛ ଲଗାଇ ଆସୁଛନ୍ତି ବିମ୍ବାଧର। ବର୍ତ୍ତମାନ ସୁଦ୍ଧା ୪୫ରୁ ୫୦ ହଜାର ନିମ୍ବଗଛ ରୋପଣ କରିସାରିଥିବା ବିମ୍ବାଧର ଏବେ ‘ନିମ୍ବ ମଣିଷ’ ଭାବେ ସ୍ୱତନ୍ତ୍ର ପରିଚୟ ଅର୍ଜନ କରିଛନ୍ତି। ପ୍ରାରମ୍ଭରେ ସେ କେବଳ ନିଜସ୍ବ ଉଦ୍ୟମରେ ଏକାକୀ ଗଛ ଲଗାଉଥିଲେ। ତେବେ ଇତିମଧ୍ୟରେ ସେ ଏଥିରେ ଶତାଧିକ ଲୋକଙ୍କୁ ସାମିଲ କରିସାରିଲେଣି। ବିମ୍ବାଧର ଏକ ବଡ଼ ନିମ୍ବ ପରିବାର ପ୍ରତିଷ୍ଠା କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।
ମୟୂରଭଞ୍ଜ ଜିଲ୍ଲାର ବାଗଡିହା ଗ୍ରାମର ୬୦ ବର୍ଷୀୟ ବିମ୍ବାଧର ସାହୁ ପେସାରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ସେ ଚେନ୍ନାଇରେ ଇଞ୍ଜିନିୟରିଂ କରିବା ପରେ ହାଇଦ୍ରାବାଦସ୍ଥିତ ଥମସନ୍‌ କମ୍ପାନିରେ ଚାକିରି କରୁଥିଲେ। ସେଠାରେ ୧୨ ବର୍ଷ କାର୍ଯ୍ୟ କରିବା ପରେ ଚାକିରିରେ ମନ ନ ଲାଗିବାରୁ ଜନ୍ମମାଟିକୁ ଫେରିଆସିଥିଲେ। ଏଠାକୁ ଆସି ସେ ବୈଷୟିକ ତାଲିମ କେନ୍ଦ୍ରଟିଏ ଖୋଲି ଅନେକ ପିଲାଙ୍କୁ ତାଲିମ ଦେଲେ। ଏବେ ବାରିପଦା ସହରର ଛଉପଡ଼ିଆ ନିକଟରେ ଛୋଟିଆ କ୍ୟାଣ୍ଟିନ୍‌ଟିଏ ଖୋଲି ସେ ଭଲ ରୋଜଗାର କରୁଛନ୍ତି। ତେବେ ପିଲାଟି ଦିନରୁ ପରିବେଶକୁ ନେଇ ସେ ଖୁବ୍ ଯତ୍ନବାନ୍ ଥିଲେ। ତେଣୁ ପରିବେଶକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ୨୦୦୬ ମସିହାରେ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଥିଲେ ବିମ୍ବାଧର। ନିମ୍ବଗଛ ଅଧିକ ମାତ୍ରାରେ ଅମ୍ଳଜାନ ପ୍ରଦାନ କରୁଥିବାରୁ ସେ କେବଳ ନିମ୍ବଗଛ ଲଗାଇବା ଆରମ୍ଭ କଲେ। ସଚେତନତା ଲାଗି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଉପହାର ସ୍ୱରୂପ ନିମ୍ବଗଛ ପ୍ରଦାନ କରିଛନ୍ତି। ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଶତାଧିକ ଲୋକ ‘ଗ୍ଲୋବାଲ ନିମ୍ ପ୍ଲାଣ୍ଟେସନ୍’ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନର ଲକ୍ଷ୍ୟ ହେଉଛି ସାରା ଦେଶରେ ବିପୁଳ ସଂଖ୍ୟାରେ ନିମ୍ବଗଛ ଲଗାଇ ସମସ୍ତଙ୍କ ପାଇଁ ଅମ୍ଳଜାନ ଯୋଗାଇବା।

Leave a Reply

Your email address will not be published. Required fields are marked *