ରାଜ୍ୟ

କଟକରେ ୩୬ ଚାନ୍ଦିମେଢ଼: ଝଟକୁଛି ‘ତାରକସୀ’ର ଅପୂର୍ବ କାରିଗରୀ?

Spread the love

ଶାରୀଦୀୟ ଦୁର୍ଗାପୂଜା ଅବସରରେ ଗତ ୨୨ ତାରିଖ ଠାରୁ ମା’ଙ୍କ ପୀଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି। ଷଷ୍ଠୀ ତିଥିରୁ ମଣ୍ଡପରେ ଜଗତଜନନୀ ମା’ଦୁର୍ଗା ପୂଜା ଆରମ୍ଭ ହୋଇଥିବା ବେଳେ ଏହା ଦଶହାର ପର୍ଯ୍ୟନ୍ତ ଜାରି ରହିବ। ଭକ୍ତମାନେ ମାଙ୍କ ଚରଣରେ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଦଶହରା ପାଇଁ ଐତିହାସିକ କଟକ ସହର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। ୫୨ ବଜାର ୫୩ ଗଳିରେ ଦଶହରାର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ୧୭୬ ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ଏଥିମଧ୍ୟରୁ ମା’ ଦୁର୍ଗା ୩୬ଟି ଚାନ୍ଦି ମେଢ଼ଯୁକ୍ତ ମଣ୍ଡପ ନିର୍ମାଣ ହୋଇଛି। 

କେଉଁଠି ଦେଖିବେ ଚାନ୍ଦି ମେଢ଼
ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମା’ ଙ୍କ ମେଢ ଏବଂ ପୁରୁଣା ପରମ୍ପରାକୁ ନେଇ ଚର୍ଚ୍ଚା ହୋଇଥାଏ। କେବଳ ସେତିକି ନୁହେଁ,  କଟକ ଦଶହରାର ବିଶେଷତା ହେଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମେଢ଼। ଏଠାରେ ମା’ଙ୍କର ମେଢ଼କୁ ପ୍ରଥମେ ରଙ୍ଗୀନ କାଗଜ ଓ ସୋଲରୁ ପ୍ରସ୍ତୁତ କରାଯାଉଥିଲା। ପରେ ଏଥିରେ ଜରି ବ୍ୟବହାର କରାଗଲା, ଯାହା କି ମା’ଙ୍କ ମୂର୍ତ୍ତିକୁ ଆହୁରି ଆକର୍ଷଣୀୟ କରିଥିଲା। ପରବର୍ତ୍ତୀ ସମୟରେ ଜରିର ସ୍ଥାନ ନେଇଛି ରୁପା ଓ ସୁନା। ତାରକସୀ ଶିଳ୍ପୀମାନେ ମା’ ଙ୍କ ମୁକୁଟ ସହ ଅଳଙ୍କାର ପ୍ରସ୍ତୁତ କରିବା ପରେ କଟକ ଦୁର୍ଗାପୂଜାକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ମିଳିଛି।  

Leave a Reply

Your email address will not be published. Required fields are marked *