ପଞ୍ଚଡା ସେବାଶ୍ରମରେ ଥମୁନି ବିବାଦ: ବର୍ଷକରେ ୬ ମାରପିଟ ଘଟଣା
ଲକ୍ଷ୍ମୀପୁର: କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଳକରେ ପଞ୍ଚଡା ସେବାଶ୍ରମରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ର ଅଧ୍ୟୟନ କରୁଥିବା ବେଳେ ବାରମ୍ବାର ଛାତ୍ର ଅଶାନ୍ତି ଦେଖାଦେଉଛି। ଏହି ସେବାଶ୍ରମରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ସେବାଶ୍ରମରେ ବର୍ଷକରେ ୬ ମାରପିଟ ଘଟଣା ଘଟିଛି।
ସମ୍ପ୍ରତି ସ୍କୁଲ୍ରେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କୁ ୪ ଜଣଛାତ୍ର ମିଶି ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଳାସ ସାଉଁନ୍ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ପରିବାର ବର୍ଗ ସୂଚନା ପାଇ ଚିକିତ୍ସା ପାଇଁ ଗୁରୁତର ଛାତ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରିଛନ୍ତି। ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ର ଜଣକ ଚିକିତ୍ସିତ ହେଉଛନ୍ତି ।
ମାଡ଼ ମାରିଥିବା ଛାତ୍ରମାନେ ଘଟଣା ସମ୍ପର୍କରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇ ଥିବାରୁ ଛାତ୍ର ଜଣକ ଭୟରେ ଜୀବନ ବିକଳରେ ଲୁଚି ରାସ୍ତା କଡ଼ରେ ବସି ଥିବା ବେଳେ ଏକ ଅଟୋ ଚାଳକ ଦେଖିବା ପରେ ଛାତ୍ରଙ୍କୁ ଉଦ୍ଧାର କରି ଥିଲେ । ପରିଚୟ ଜାଣିବା ପରେ କାକିରିଗୁମା ଡାକ୍ତର ଖାନାରେ ତାଙ୍କୁ ଭର୍ତ୍ତି କରାଇଥିଲେ। ଛାତ୍ର ଜଣକ ଲଛମଣି ଗାଁର ହୋଇଥିବା ବେଳେ ସେ ପଞ୍ଚଡା ଆଶ୍ରମରେ ରହି ପାଠ ପଢୁଥିଲେ।