ରାଜ୍ୟ

ମାଓବାଦୀମାନେ ଅସ୍ତ୍ର ତ୍ୟାଗ କରିବେ ନାହିଁ। ସେମାନେ ଏକ ବିପ୍ଳବୀଦଳ ହୋଇରହିବେ ଓ ଭାଇରାଲ୍ ପ୍ରେସ୍ ନୋଟ୍ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ମାଓବାଦୀ କେନ୍ଦ୍ରୀୟ କମିଟି କେନ୍ଦ୍ର ସରକାରଙ୍କ ସହିତ ଶାନ୍ତି ଆଲୋଚନାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛି।

Spread the love

ବିଶ୍ରା: ସେମାନେ ଅସ୍ତ୍ର ତ୍ୟାଗ କରିବେ ନାହିଁ। ସେମାନେ ଏକ ବିପ୍ଳବୀଦଳ ହୋଇରହିବେ ଓ ଭାଇରାଲ୍ ପ୍ରେସ୍ ନୋଟ୍ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ମାଓବାଦୀ କେନ୍ଦ୍ରୀୟ କମିଟି କେନ୍ଦ୍ର ସରକାରଙ୍କ ସହିତ ଶାନ୍ତି ଆଲୋଚନାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛି। ଏକ ପ୍ରେସ୍ ନୋଟ୍‌ରେ ମାଓବାଦୀ ସଂଗଠନ ସ୍ପଷ୍ଟ କରିଛି ଯେ, ସେମାନେ ଅସ୍ତ୍ର ତ୍ୟାଗ କରିବେ ନାହିଁ କି ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ ନାହିଁ।

କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ଏ ବିଷୟରେ ଏକ ପ୍ରେସ୍‌ ବିବୃତ୍ତି ଜାରିକରି ସୂଚନା ଦେଇଛନ୍ତି ଯେ, ପଲିଟିବ୍ୟୁରୋ ସଦସ୍ୟ ସୋନୁ ତାଙ୍କ ନାମରେ ଚିଠି ଜାରି କରିଥିଲେ। ଯେଉଁ ଚିଠିରେ କି ମାଓ ସଂଗଠନ ଅସ୍ତ୍ର ଛାଡ଼ି କେନ୍ଦ୍ର ସରକାରଙ୍କ ସହିତ ଶାନ୍ତି ବୈଠକ କରିବ ବୋଲି ଉ‌ଲ୍ଲେଖ ରହିଥିଲା। ମାତ୍ର ମାଓ ସଂଗଠନ ଦ୍ଵାରା ବର୍ତ୍ତମାନ କୁହାଯାଇଛି ଯେ, ସୋନୁଙ୍କ ଦ୍ଵାରା ଜାରି ଚିଠିକୁ ମାଓ ସଂଗଠନ ଗୁରୁତ୍ଵ ଦେଉନାହିଁ। ଜାରି କରାଯାଇଥିବା ଏହି ଚିଠି ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, କେନ୍ଦ୍ରୀୟ କମିଟିର ଏହି ନିଷ୍ପତ୍ତି ସହିତ କୌଣସି ସମ୍ପର୍କ ନାହିଁ। ମାଓବାଦୀମାନେ କହିଛନ୍ତି ଯେ ଏହାପୂର୍ବରୁ ସରକାର ବରିଷ୍ଠ ମାଓନେତା ବାସବାରାଜୁଙ୍କ ଶାନ୍ତି ଆଲୋଚନା ପାଇଁ ପ୍ରୟାସକୁ ଭୁଲ୍‌ ଭାବରେ ଉପସ୍ଥାପନ କରିଛନ୍ତି। ଶାନ୍ତି ଆଲୋଚନା ନାଁରେ ସରକାର ମାଓ ସଂଗଠନ ମଧ୍ୟରେ ବିଭାଜନ ସୃଷ୍ଟି କରିପାରନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ ସଶସ୍ତ୍ର ସଂଘର୍ଷ ପରିତ୍ୟାଗ କରିବା ସେମାନଙ୍କ ବିପ୍ଳବୀଦଳକୁ ସଂଶୋଧନବାଦୀ ଦଳରେ ପରିଣତ କରିବା ସହିତ ସମାନ ହେବ।

ସେମାନେ ଅସ୍ତ୍ର ତ୍ୟାଗ କରିବେ ନାହିଁ। ସେମାନେ ଏକ ବିପ୍ଳବୀଦଳ ହୋଇରହିବେ ଓ ଭାଇରାଲ୍ ପ୍ରେସ୍ ନୋଟ୍ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ମାଓବାଦୀ କେନ୍ଦ୍ରୀୟ କମିଟି କେନ୍ଦ୍ର ସରକାରଙ୍କ ସହିତ ଶାନ୍ତି ଆଲୋଚନାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛି। ଏକ ପ୍ରେସ୍ ନୋଟ୍‌ରେ ମାଓବାଦୀ ସଂଗଠନ ସ୍ପଷ୍ଟ କରିଛି ଯେ, ସେମାନେ ଅସ୍ତ୍ର ତ୍ୟାଗ କରିବେ ନାହିଁ କି ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ ନାହିଁ।

ମାଓବାଦୀ କହିଛନ୍ତି ଯେ, ଶାନ୍ତି ଆଲୋଚନା ପାଇଁ ଜାରି କରାଯାଇଥିବା ପ୍ରେସ୍‌ ନୋଟ୍ ନକ୍ସଲ ସଂଗଠନର ନିଷ୍ପତ୍ତିନୁହେଁ। ତେବେ, ମାଓ ସଂଗଠନର ଏହି ନୂଆ ନିଷ୍ପତ୍ତି  ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ବୃଦ୍ଧିକରିବ ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *