ରାଜ୍ୟ

ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ

Spread the love

ଭୁବନେଶ୍ବର: ‘ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର। ଏନେଇ ଆଜି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର। କେବଳ ଟି – ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର। କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା। ତେଣେ ଜିଲ୍ଲା ସ୍ତରୀୟ ଉତ୍ସବରେ ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର। ଏଣେ କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬ କୋଟି। ଏହିପରି ଭାବେ ନୂଆ ଓ କାର୍ଯ୍ୟକ୍ରମରେ ପୂର୍ବ ସରକାର ଖର୍ଚ୍ଚ କରିଛନ୍ତି ମୋଟ ୨୬୧ କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା।ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର। ଏନେଇ ଆଜି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର। କେବଳ ଟି – ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର। କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା। ତେଣେ ଜିଲ୍ଲା ସ୍ତରୀୟ ଉତ୍ସବରେ ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର। ଏଣେ କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬ କୋଟି। ଏହିପରି ଭାବେ ନୂଆ ଓ କାର୍ଯ୍ୟକ୍ରମରେ ପୂର୍ବ ସରକାର ଖର୍ଚ୍ଚ କରିଛନ୍ତି ମୋଟ ୨୬୧ କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା।

Leave a Reply

Your email address will not be published. Required fields are marked *