ଦୁବାଇରେ ହେବ ଅପରେସନ ସିନ୍ଦୂର-୨: ସୈନିକ ପରି ଲଢିବେ ଟିମ୍ ଇଣ୍ଡିଆର ଖେଳାଳି, ଚିତ୍ ପଟାଙ୍ଗ୍ ମାରିବ ପାକିସ୍ତାନ
ନୂଆଦିଲ୍ଲୀ: ଆଜି ଦୁବାଇରେ ଭାରତ-ପାକିସ୍ତାନ ବଡ଼ ଲଢେଇ ଦେଖିବାକୁ ମିଳିଛି । ରାତି ୮ଟାରେ ମ୍ୟାଚ୍ ଥିବାରୁ ଏବେଠୁ ପ୍ରଶଂସକମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ଫ୍ୟାନ୍ସ ଏହି ମହାମୁକାବିଲାକୁ ଅପରେସନ ସିନ୍ଦୂର-୨ର ନାମକରଣ କରିଛନ୍ତି । ପହଲଗାମ୍ ହମଲା ପରେ ଯେତେବେଳେ ଭାରତୀୟ ସେନା ସିନ୍ଦୂରର ବଦଲା ସିନ୍ଦୂରରେ ନେବାକୁ ଶପଥ ନେଲା ସେତେବେଳେ ଆରମ୍ଭ ହୋଇଥିଲା ଅପରସେନ ସିନ୍ଦୂର । ପାକିସ୍ତାନରେ ପଶି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ କରି ଆତଙ୍କବାଦୀଙ୍କୁ ମାଟିରେ ମିଶାଇ ଦେଇଥିଲା ଭାରତ । ଆଉ ପାକିସ୍ତାନ ଛାତିରେ ପ୍ରହାର ଦେଇ ତାଣ୍ଡବ ରଚିଥିଲା ।
ଯେମିତି ସେତେବେଳେ ଭାରତୀୟ ସେନା ଲଢେଇ କରି କଡ଼ା ଜବାବ ଦେଇଥିଲେ ଠିକ୍ ସେମିତି ଆଜି ଦୁବାଇରେ ହେବାକୁ ଥିବା ମହାମୁକାବିଲାରେ ବି ଭାରତୀୟ ଖେଳାଳି ସୈନିକ ପରି ଲଢି ପାକିସ୍ତାନ ଖେଳାଳିଙ୍କୁ ଚିତ ପଟାଙ୍ଗ କରିବେ ଏବଂ ପାକିସ୍ତାନକୁ ଧୂଳି ଚଟାଇବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ଆଉ ଏଥିପାଇଁ ମହାଦେବଙ୍କ ପାଖରେ ପୂଜା କରି ଅପରେସନ ସିନ୍ଦୂର-୨ର ପୋଷ୍ଟର ଧରି ଆଶା ରଖିଛନ୍ତି ପ୍ରଶଂସକ ।