ଶୁଭଦିଆ-କୁଦକାନ୍ତି ରାସ୍ତା ପାଲଟିଛି ମରଣଯନ୍ତା।
ତିହିଡି- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ବଜାର ଦେଇ ଯାଇଥିବା ଶୁଭଦିଆ ଠାରୁ କୁଦକାନ୍ତି ପର୍ଯ୍ୟନ୍ତ ଗ୍ରାମ୍ଯ ଉନ୍ନୟନ ରାସ୍ତାଟି ସଂପ୍ରତି ମରଣଯନ୍ତା ପାଲଟିଛି। ଯାହାଫଳରେ ଯାତାୟାତରେ ବହୁ ଅସୁବିଧା ହେଉଛି। ଖାଲି ସେତିକି ନୁହେଁ ବରଂ ଏହି ରାସ୍ତାଟି ଚରଦିଆ ବଜ଼ାର ଠାରୁ ଭାୟା ନାଳଗୋହିରା, ଭାୟା ଯଶିପୁର, ଭାୟା ଘଣ୍ଟେଶ୍ୱର ବଜ଼ାର ମଧ୍ୟ ଦେଇ ବାଲିଆପାଳ ଘାଟ ପର୍ଯ୍ୟନ୍ତ ଯାଇଛି। ତେଣୁ ଏହି ରାସ୍ତାରେ ଖାଲି ଯେ ଜନସାଧାରଣ ବା ସ୍ଥାନୀୟ ପଂଚାୟତବାସୀ ଯାତାୟାତ କରନ୍ତି ତାହା ନୁହେଁ ବରଂ ଆଖପାଖ ପଂଚାୟତ ବା ବହୁ ଦୂର ଦୁରାନ୍ତ ଲୋକମାନେ ମଧ୍ୟ ଏହି ସଟକଟ୍ ରାସ୍ତା ଦେଇ ମୋଟର ସାଇକେଲ, କାର, ଭ୍ୟାନ ଓ ଭାରୀଯାନ ଦ୍ୱାରା ନିଜ ନିଜର ବେପାର ବାଣିଜ୍ୟ ସହିତ ଦୈନଦିନ ନିଜ ନିଜର ଗୁଜୁରାଣ ମେଣ୍ଟେଇଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ରାସ୍ତାଟି ମୁଖ୍ୟତଃ ଶୁଭଦିଆ ଠାରୁ କୁଦକାନ୍ତି ମଧ୍ୟରେ ଏତେ ଖରାପ ହୋଇ ଯାଇଛି ଯେ ଦୈନଦିନ ସ୍କୁଲ ପିଲା ଠାରୁ ଆରମ୍ଭ କରି ସାଧାରଣଲୋକ ବା ଗାଡି ଚାଳକ ପଡିଯାଇଛି କ୍ଷତାକ୍ତ ହଉଥିବାର ନଜରକୁ ଆସୁଛି। ମୁଖ୍ୟ କଥାହେଲା ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏହି ରାସ୍ତାର ମଧ୍ୟ୍ୟ ଭାଗ ରାସ୍ତାର ପାର୍ଶ୍ଵରେ ଦୁର୍ଗାପୂଜା ପ୍ରତିବର୍ଷ ପରି ଏବର୍ଷ ବହୁ ଯାକ ଜମକରେ ହବାକୁ ଯାଉଛି। ଯଦି ଆଗକୁ ଏହି ରାସ୍ତା ମରାମତି ନହୁଏ ତେବେ ସ୍ଥାନୀୟ ପଂଚାୟତ ସହିତ ପଡୋଶୀ ପଂଚାୟତବାସୀ ମଧ୍ୟ୍ୟ ପରିବାର ସହିତ ବା ଛୋଟ ଛୁଆଠାରୁ ଆରମ୍ଭ କରି ବୟସ୍କ ଲୋକ ମାନେ ଉକ୍ତ ଦୁର୍ଗାପୂଜା ଦେଖିବାରୁ ବଞ୍ଚିତ ହେବେ ବୋଲି ସାଧାରଣରେ ତଥା ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହଉଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଂଚାୟତର ସରପଞ୍ଚ କେତେଜଣ ପଂଚାୟତବାସୀଙ୍କ ସହିତ ଚାନ୍ଦବାଲି ବ୍ଲକରେ ଚାଲିଥିବା ଜନଶୁଣାଣୀରେ ଯାଇ ଅଭିଯୋଗ କରିଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ କିଛି ଫଳପ୍ରଦ ହୋଇନଥିବା ଏବଂ ଆଗକୁ ବହୁ ଅସୁବିଧା ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।