ଗମ୍ଭୀର ରାଜନୈତିକ ଓ ସାମାଜିକ ସଙ୍କଟ ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍ ଇସ୍ତଫା ଦେଇଥିଲେ। ସରକାରର ପତନ ପରେ ସେନା ଶାସନକୁ ନିଜ ନିୟନ୍ତ୍ରଣକୁ ନେଇ ସାରା ଦେଶରେ କର୍ଫ୍ୟୁ ଜାରି କରିଥିଲା।ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା କିଛିମାତ୍ରାରେ ଶାନ୍ତ ପଡ଼ିଛି। ନେପାଳର ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଜେନ-ଜେଡ୍ ନେତାମାନଙ୍କୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଆସନ୍ତୁ ଜାଣିବା ନେପାଳ ସେନା କେତେ ଶକ୍ତିଶାଳୀ ଏବଂ ଯୁଦ୍ଧରେ ସେନାର ଇତିହାସ କ’ଣ ରହିଛି।
ନେପାଳରେ ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେବାପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ଦେଶର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ନେପାଳର ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ହାତରେ ଆସିଛି। ଏପରି ପରିସ୍ଥିତିରେ ଲୋକମାନେ ନେପାଳ ସେନାର ଶକ୍ତି ବିଷୟରେ ଜାଣିବାକୁ ଚାହୁଁଛନ୍ତି।
କିଛି ଲୋକ ନେପାଳ ସେନା କେତେ ଶକ୍ତିଶାଳୀ? ଯେକୌଣସି ପରିସ୍ଥିତିର ମୁକାବିଲା କରିବାରେ ନେପାଳ କେତେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ସେ ବିଷୟରେ ମଧ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ନେପାଳ ଏକ ଛୋଟିଆ ଦେଶ। ଏହି ଦେଶରେ ପ୍ରାୟ ତିନି କୋଟି ଜନସଂଖ୍ୟା ବସବାସ କରନ୍ତି। କିଛି ବର୍ଷ ପୂର୍ବେ ନେପାଳରେ କୌଣସି ଗଣତନ୍ତ୍ର ନଥିଲା, ଏଠାରେ ରାଜତନ୍ତ୍ର(ରାଜତନ୍ତ୍ର ହେଉଛି ପ୍ରଶାସନର ଏକ ପ୍ରକାର, ଯେଉଁଥିରେ ରାଜତନ୍ତ୍ରୀ ଆଜୀବନ ରାଷ୍ଟ୍ର ମୁଖ୍ୟ ହୋଇ ରହିଥାନ୍ତି) ପ୍ରଚଳନ ହେତୁ ରାଜା ପଦବୀ ଥିଲା। ୨୦୦୮ ମସିହାରେ ୨୪୦ ବର୍ଷର ରାଜତନ୍ତ୍ରର ଅନ୍ତ କରି ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା କରାଯାଇଥିଲା।

