ତିହିଡି, ୧୪.୧୦: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପିଏମଶ୍ରୀ ପିଏସଏସ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରକାଟ୍ବିନ୍ଧା କ୍ଲଷ୍ଟର ପକ୍ଷରୁ ସୁରଭି-୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସିଆରସିସି ମାନସ କୁମାର ସାହୁଙ୍କୁ ସଂଯୋଜନାରେ ବୈଷ୍ଣବାନନ୍ଦ ବିଦ୍ୟାପୀଠ ଓ ବାରବାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ଏଥିରେ କ୍ଲଷ୍ଟର ଅଧିନ ୧୩ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଭାଗର ୨୦ଟି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ୬ଟି ଦଳ ସାମିଲ ହୋଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମନୋନୀତ କରାଯାଇଛି । ବାରବାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପାଢୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବୈଷ୍ଣବାନନ୍ଦ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପାଲ, ପିଏମଶ୍ରୀ ପିଏସଏସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷିକା ପ୍ରମୋଦିନୀ ବାରିକ, ପୂର୍ବତନ ସିଆରସିସି ତଥା ଶିକ୍ଷକ ସଂଘର ସଭାପତି ମାୟାଧର ସାହୁ, କାନପୁର ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ସନାତନ ପାଢୀ, ବାରବାଟିଆ ୟୁଜିୟୁପିର ପ୍ରଧାନ ଶିକ୍ଷିକା ରୀତାଞ୍ଜଳୀ ପଣ୍ଡା, ପୂର୍ବତନ ସିଆରସିସି ମନ୍ମଥ କୁମାର ଦାସ, ପୂର୍ବତନ ଶିକ୍ଷକ ତପନ କୁମାର ମହାନ୍ତି, ହେମନ୍ତ ଦେହୁରୀ, ଶୁଭେନ୍ଦୁ କୁମାର ସାହୁ, ଅନନ୍ତ କୁମାର ବାରିକ, ପ୍ରଶାନ୍ତି ନନ୍ଦ, ବାସନ୍ତୀଲତା ନାଥ, ସରୋଜ କୁମାର ସାହୁ, କମଳାକାନ୍ତ କର, ଚନ୍ଦ୍ରଶେଖର ବେହେରା, ଏମଡି ସକଲେନ୍ ଅଖୁର ଓ ମିନାକ୍ଷୀ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀର ତାଳେତେଳ ଛାତ୍ରଛାତ୍ରମାନେ ନୃତ୍ୟ ପରିବେଷଣ କରି ପରିସରକୁ ଅଧିକ ଆକର୍ଷିତ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

