ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଖବର:ଧାରଣାରୁ ଉଠିଲେ କର୍ପୋରେଟର ବନ୍ଦିତା ପାଲ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲଙ୍କ ପାଖରେ ବିଜେପି ନେତା ଦିଲ୍ଲୀପ ମହାନ୍ତି ଏବଂ ଜଗନ୍ନାଥ ପ୍ରଧାନ ପହଞ୍ଚିଛନ୍ତି। ବନ୍ଦିତାଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଛନ୍ତି।ଭୁବନେଶ୍ୱର ମହାନଗର ନିଗମର ସାଧାରଣ ପରିଷଦ ବୈଠକ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ, ବିଭିନ୍ନ ୱାର୍ଡ ସମସ୍ୟାକୁ ନେଇ ବୈଠକରେ ହଟଗୋଳ ଦେଖିବାକୁ ମିଳିଥିଲା । ଏଥି ସହିତ ନିଜ ୱାର୍ଡର ସମସ୍ୟା ଦୀର୍ଘ ଦିନ ଧରି ସମାଧାନ ହେଉ ନଥିବାରୁ ବୈଠକ ବର୍ଜନ କରିଥିଲେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ। । ଏହା ସହ ବିଏମସି କାର୍ଯ୍ୟାଳୟ ବାହାରେ ଧାରଣାରେ ବସି ରହିଥିଲେ ଏମିତିକି ବିଳମ୍ବିତ ରାତି ଯାଏ ଧାରଣାରେ ବସିଥିଲେ।
ଗତ ତିନି ବର୍ଷ ହେଲା ବୈଠକ ବସୁଛି ସତ ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି। ବିଭିନ୍ନ ଏଜେନ୍ସି ଓ କଳି ଝଗଡାରେ ବୈଠକ ଶେଷ ହେଉଛି। ଜାଣିଶୁଣି ବିଭିନ୍ନ ବିକାଶମୂଳକ କାମକୁ ଅବହେଳା କରାଯାଉଛି ବୋଲି ବନ୍ଦିତା ପାଲ ଅଭିଯୋଗ କରିଛନ୍ତି।