ବାଣପୁର – ୫/୧୦/୨6 ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଦାମିଆଁ ବରବରା ଜଙ୍ଗଲର ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସରଂକ୍ଷିତ ଘଞ୍ଚ ଜଙ୍ଗଳ କମ୍ପାର୍ଟ ମେଣ୍ଟ ନଂ ୧୮ ଓ ୧୯ ରୁ ପ୍ୟାଣ୍ଟ, ଜ୍ୟାକେଟ ପିନ୍ଧା ଏକ ଅଚିହ୍ନା ନର କଙ୍କାଳକୁ ଜବତ କରିଛି ବାଣପୁର ପୋଲିସ | ଗତ କାଲି ମହୁଲିଆ ଫରେଷ୍ଟ ବିଟ କର୍ମଚାରୀଙ୍କ ଠାରୁ ବାଣପୁର ପୋଲିସ ଖବର ପାଇବା ପରେ, ଆଜି ବାଣପୁର ଠାରୁ ପ୍ରାୟ ୪୨କିମି ଦୂରରେ ଥିବା ଘଞ୍ଚ ଜଙ୍ଗଲ ଭିତରେ ପଡ଼ିଥିବା ଏକ ନର କଙ୍କାଳ କୁ ବାଣପୁର ପୋଲିସ ଓ ସାଇଣ୍ଟିଫିକ ଟିମ ସମେତ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନର କଙ୍କାଳକୁ ଜବତ କରିଛି | ଧଳା ବ୍ଲୁ ରଙ୍ଗର ଜିନ୍ସ ପ୍ୟାଣ୍ଟ , କଳା ରଙ୍ଗର ଜ୍ୟାକେଟ ଓ ନୀଳ ରଙ୍ଗର ସ୍ପୋର୍ଟ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି | ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଓ ମୃତ ଦେହକୁ ଅନୁଧ୍ୟାନ କରିଲେ ଦୀର୍ଘ ୨୦ ରୁ ୨୫ ଦିନ ପୂର୍ବେ ଘଟଣାଟି ଘଟିଛି ବୋଲି ସନ୍ଦେହ ସୃଷ୍ଟି କରୁଛି | ଏଭଳି ଘଟଣା ଯେଉଁ ମାନେ କରିଛନ୍ତି। ସେହିମାନେ ଘଞ୍ଚ ଜଙ୍ଗଲ ସହ ପରିଚିତ ଏବଂ ଯେଉଁ ସ୍ଥାନରେ ହତ୍ୟାକରି ଫିଙ୍ଗା ଯାଇଛି ତାହା କୌଣସି ବାହାର ଲୋକ ଏଭଳି କରିବା ସମ୍ଭବ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି | ଯାହାକି କୌଣସି ସ୍ଥାନୀୟ ଲୋକର ଏହି ଘଟଣାରେ ହାତ ଥିବା ସନ୍ଦେହ ଉପୁଜୁଛି | ଏଭଳି ଘଟଣା ଜଙ୍ଗଲ ଭିତରେ ପ୍ରଥମ ଥର ଦେଖିବାକୁ ମିଳିଛି | ଗତ ୯ ତାରିଖ ସଂନ୍ଧ୍ୟା ପ୍ରାୟ ୭ ଟା ସମୟରେ ଜଙ୍ଗଲ ଭିତରେଥିବା ଜରିନାଳ ନିକଟରେ ଏକ କଳା କାରକୁ ଆଗରେ ଆଗରେ ଏକ ବାଇକ ରାସ୍ତା ଦେଖାଇ ଆସୁଥିବା କହିଛଛନ୍ତି ସ୍ଥାନୀୟ ଲୋକେ | ତା ପରଦିନ ସକାଳୁ ଗାଁରେ ପଚାରିବା ପରେ ନାଣ୍ଡୁଲୁ ଗାଁକୁ ଯିବାକୁ ଥିବା ରାସ୍ତା କୁ ଦେଖିବାପରେ ଗାଡି ଚକା ଚି଼ହ୍ନ ପଡିଛି ଯାହାକି ଏହି ଲୋକକୁ କେହି ମାରି ଫୋପାଡ଼ି ଦେଇଛନ୍ତି କିମ୍ବା ସେଠାରେ ମାରି ଫିଙ୍ଗିଥିବା ସନ୍ଦେହ କରି କହିଛନ୍ତି ସ୍ଥାନୀୟ ଲୋକ | ଯେହେତୁ ଗଞ୍ଜାମ ୧୨ କିମି ଏବଂ ନୟାଗଡ଼ ୭ କମି ହେବ ସେଠାରୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇ ଥିବା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି | ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି | ଆନୁମାନିକ ୧୫ ଠୁ ୨୦ ଦିନ ହେବ ଘଟଣା ଘଟିଛି, ଆମେ ଡିକମ୍ପୋଜ ଅବସ୍ଥାରେ ଗଳିତ କଙ୍କାଳକୁ ଉଦ୍ଧାର କରିଛୁ | ଅଧିକ କିଛି କହିପାରିବିନି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ବିଦ୍ୟାଧର ମଲ୍ଲିକ | ଏନେଇ ମୃତଙ୍କ ପରିଚୟ ମିଳି ପାରିନାହିଁ | ଗଞ୍ଜାମ ଏବଂ ନୟାଗଡ଼ ଅଞ୍ଚଳର ଥାନା ଗୁଡିକରୁ ମସିଙ୍ଗ ରିପୋର୍ଟ ଆଧାରରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛି ପୋଲିସ |

